ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

ନୂଆପଡ଼ା:- (ରିପୋର୍ଟ:-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି.ନୂଆପଡା ଜିଲ୍ଲା ସ୍ଥାନୀୟ ମିନି ଷ୍ଟାଡିଅମଠାରେ ନୂଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସାଏଙ୍କ ଉପସ୍ଥିତରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି.

ସେହିପରି ଭାବରେ କୋମନା ବ୍ଲକ ସ୍ଥିତ କୁରେଶ୍ୱର ଗ୍ରାମପଞ୍ଚାୟତ ସରସ୍ବତୀ ଶିଶୁମନ୍ଦିର ଓ ଉଦ୍ୟାନବନ୍ଧ ଠାରେ ବଣିକ ସଂଘ ତରଫରୁ ଆମ୍ବେଦକର ଛକ ନିକଟରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା. ମଦର ଟେରେସା ସଂଗଠନ ତରଫରୁ ରେଙ୍ଗ ଠାରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା. ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ସରପଞ୍ଚ ତରଫରୁ ଉଦ୍ୟାନବନ୍ଧ ଠାରୁ ବୁଦ୍ଧିକୋମନା ପର୍ଯ୍ୟନ୍ତ ମିନି ମାରାଥନ ଆୟୋଜନ କରିଥିଲେ. ବିଜେତା ମାନଂକୁ ପୁରସ୍କାର ପ୍ରଦାନ କରିଥିଲେ.

ଭାରତରେ ପବିତ୍ର ସାଧାରଣତନ୍ତ୍ର ଦିବସ ଜାନୁୟାରୀ 26ତାରିଖରେ ଅନୁଷ୍ଠିତ ହୋଇଥାଏ.1950ମସିହା ଜାନୁୟାରୀ 26ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ଵଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା. ଏହି ଦିନଟିକୁ ସାଧରଣତନ୍ତ୍ର ଦିବସରୂପେ ପାଳନ କରାଯାଏ. ବିବିଧତା ମଧ୍ୟରେ ଏକତା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ. ତତ ସହିତ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳିର ଦିବସ ଅଟେ.

Related posts

ଧାନବୋଝୋଇ ମ୍ୟାକ୍ସ ପିକ୍ଅପ ଦୁର୍ଘଟଣା ଗ୍ରସ୍ତ ତିନି ଆହତ ଦୁଇ ମୃତ

Odisha Halchal

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

ହୋଡିଂକୁ କଲେ ହାଇଜାକ

Odisha Halchal

Leave a Comment