ଓଡ଼ିଶା ଖବରବିଶେଷ ଖବର

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ରାଜ୍ୟ ତମାମ ଆଜି ସକାଳୁ କୋହଲା ପାଗ ଲାଗି ରହିଛି । ପ୍ରବଳ ତାତିର ତ୍ରାହି ମିଳିଛି ରାଜ୍ୟ ବାସୀଙ୍କୁ । ଆଜି କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକରେ କାଳବେଶାଖୀ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭବନେଶ୍ୱରରରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ସେହିଭଳି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼,କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ଏହିଭଳି ୨ ତାରିଖରୁ ୩ ତାରିଖ ମଧ୍ୟରେ କେଉଁଝର, ମୁୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱରରେ କାଳବୈଶାଖୀ ବର୍ଷା ହେବାର ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

Related posts

Paytm ଉପରେ ଆରବିଆଇର ଆକ୍ସନ

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ବନ୍ଧା ହେଲେ ଜଗବନ୍ଧୁ

Odisha Halchal

Leave a Comment