ଓଡ଼ିଶା ଖବରନ୍ୟୁଜ୍

ନେତାଜୀଙ୍କ ଜନ୍ମଦିନ ପାଳନ

ନେତାଜୀଙ୍କ ଜନ୍ମଦିନ ପାଳନ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ ) କୋମନା ବ୍ଲକ ସ୍ଥିତ କୁରେଶ୍ଵର ଗ୍ରାମ ପଂଚାୟତ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର, ଉଦ୍ୟାନବନ୍ଧ, କୁରେଶ୍ଵର ଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ ହୋଇଯାଇଛି. ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ଚେତୁରାମ ପ୍ରଧାନୀ ଉପସ୍ଥିତ ଥିଲେ.ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ.

ଭାରତର ସ୍ୱାଧୀନତା ପାଇବା ସକାଶେ ଯେଉଁ କେତେ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ଆସେ ସେମାନଙ୍କ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ. ସଶତ୍ର ଯୁଦ୍ଧ ବଳରେ ଭାରତକୁ ସ୍ୱାଧୀନତା କରିବା ଲାଗି ସୁନିୟୋଜିତ ସଂଗ୍ରାମ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ.ନେତାଜୀ 1897ଜାନୁଆରୀ 23ତାରିଖରେ ଜାନକୀନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନଭାବେ କଟକଠାରେ ଜନ୍ମ ନେଇଥିଲେ. ଛାତ୍ର ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ.

ମହାତ୍ମାଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ.1938ମସିହାରେ ଜାତୀୟ କଂଗ୍ରେସର ସଭାପତିରୂପେ ମନୋନୀତ ହୋଇଥିଲେ. ସେ ଫରୱାର୍ଡ ବ୍ଲକ ନାମକ ଦଳ ଗଠନ କରିଥିଲେ. ସେ ଆଜାଦହିନ୍ଦ ଫଉଜ ଗଠନ କରିଥିଲେ.ସେ ଚଲୋ ଦିଲ୍ଲୀ ଡାକରା ଦେଇଥିଲେ.ସେ କହୁଥିଲେ – ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି. ସେଥିପାଇଁ ତାଙ୍କୁ ପରାକ୍ରମୀ ବୀର ଭାବରେ ଦୁନିଆରେ ସେ ପରିଚିତ ଅଟନ୍ତି.

Related posts

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

Odisha Halchal

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

Odisha Halchal

ଜୀବନର ଯାତ୍ରାଟା ବାସ୍ତବରେ ଟିକେ ନିଆରା

Odisha Halchal

Leave a Comment