ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

ରାୟଗଡା – କଲ୍ୟାଣସିଂ ହପୁର ବ୍ଲକରେ ସ୍ଥାନୀୟ ପୁଲିସ ୫ ନକଲି ମାଓବାଦୀ ଙ୍କୁ ଟ୍ରକ ଜାଲା ପୋଡ଼ା ଟ୍ରକ ପୋଡି କରି ଭୟଭୀତ କରାଇ ଚାନ୍ଦା ଆଦାୟ କରାଯାଉଥିବା ସନ୍ଦେହରେ ଫିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସେସଖାଲ ପଞ୍ଚାୟତ ହାଣ୍ଡିପାଡୁ ଗାଁର ଗୋପାଳ ମଣ୍ଡିଆ ସାହୁ ୩୪,କାଶୀପୁର ବ୍ଲକ କଞ୍ଜ।ଙ୍ଗ ମାଣ୍ଡିଗାଁ ବାଲି ମାଝି ୪୨, ଟିକିରି ରାମଗୁଡା ଗାଁର ସୀମାଞ୍ଚଳ ମାଝୀ,୫୦,ଦୁଡୁକାବାହାଲ ଗାଁ ସନ୍ତୋଷ ରୟ ୩୩,ହରିଜନ ସାହି ର ଜୟନ୍ତ ନାୟକ ୩୧,କୁ ସ୍ଥାନୀୟ ପୁଲିସ ଓ ଏସ ଡି ପିଇଓ ଦେବଜ୍ୟୋତି ଦାସ ମିଳିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରି କେସ ନମ୍ବର ୧୩/୨୨ ଦଫା ୧୨୦-ବି/୪୩୫/୪୩୬/୩୪ ଆଇପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୂର୍ବରୁ ବଲି ମାଝୀ ଅନେକ ବାର ଏହି ଭଳି ସଙ୍ଗିନ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ବେଳେ ଅନ୍ୟ ମାନଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଠିକାଦାର ମାନଙ୍କୁ ନିଜକୁ ମାଓବାଦୀ କହି ଫୋନ ମାଧ୍ୟମରେ ଧମକ ଦେଇ ଚାନ୍ଦା ଆଦାୟ କରିବା ନକଲି ମାଓ ପୋଷ୍ଟର ମାରିବା ଭଳି ବିଭିନ୍ନ କାର୍ଯ୍ୟ ରେ ସମ୍ପୁକ୍ତ ଥିବା ପୁଲିସ କହିଛି । ପ୍ରକାଶ ଥାଉକି ଜାନୁଆରୀ୨୨ ତାରିଖରେ
ତିନୋଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ବେଳେ କ୍ୟାମ୍ପର ଟ୍ରଲି ଗାଡିକୁ ପଡିଥିବା ଦେଖିବାକୁ ମିଳିଥିଲା। ଗତ ରାତ୍ରରେ ଏକ ବାଇକ ରେ ଦୁଇ ଜଣ ଯୁବକ ଆସି ବୁଡ଼ାଗୁଡା କ୍ୟାମ୍ପରେ ଥିବା ଟ୍ରଲି ଗାଡି ନିଆଁ ଲଗାଇ ଦେଇଥିଲେ ।

ଏନେକ ଦିନର ନୀରବତା ପରେ ଏଭଳି ଘଟଣାକୁ ସାଧାରଣରେ ଆଲୋଡନ ସୃଷ୍ଟି କରୁଥିବା ବେଳେ ମାଓବାଦୀଙ୍କ ନାରେ ଭୟ ସୃଷ୍ଟିକରି ବଟି ଅଦାୟକୁ ବଢାଇବା ଏଭଳି କରିଥାଇ ପାରନ୍ତି ବୋଲି ଜଣା ପଡ଼ିଛି। ସ୍ଥାନୀୟ ପୋଲିସ ଏହି ଘଟଣାରସବୁ ଦିଗରୁ ତଦନ୍ତ କରୁଛି ଏଥିରେ ଆଉ ଅନେକ ଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି ସେଠି ପାଇଁ ଅନେକଙ୍କୁ ପଚରା ଉଚରା କରାଜଉଥୁବା ଜଣା ପଡ଼ିଛି।

Related posts

କାର୍ଯ୍ୟକାରୀ ହେଲା ୫0 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

Odisha Halchal

ଫେସ୍‌ବୁକ୍‌ରୁ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ଫିଚର

Odisha Halchal

ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଋଷ- ୟୁକ୍ରେନ ଗୁଇନ୍ଦା ମୁଖ୍ୟ

Odisha Halchal

Leave a Comment