ଅପରାଧଦେଶ ବିଦେଶନ୍ୟୁଜ୍

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ: ଅର୍ପିତା

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ ଅର୍ପିତା

ଶିକ୍ଷକ ନିଯୁକ୍ତି ସ୍କାମ୍‌ର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ‌ଅଧିକ ଦୁର୍ନୀତି ସାମ୍ନାକୁ ଆସୁଛି । ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତାଙ୍କ ଖୋଲୁଛି କଳା ସାମ୍ରାଜ୍ୟର ଗୁମର। ତ୍ରୁଣମୂଳ କଂଗ୍ରେସର ହେଭିୱେଟ୍‌ ମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଉଭୟଙ୍କୁ ଇଡି ପୁଚରାଉଚରା ଜାରି ରଖିଛି। ଏହାରି ଭିତରେ ଅର୍ପିତା ମୁଖାର୍ଜୀ ଇଡି ଜେରା ବେଳେ ଏକ ଚକିତ କଲା ଭଳି ଖୁଲାସା କରିଛନ୍ତି।

ସୂଚନା ଅନୁସାରେ ଜେରା ବେଳେ ସମସ୍ତ ଟଙ୍କା ପ୍ୟାକ୍ ହୋଇ ଗୋଟିଏ କୋଠରୀରେ ରଖାଯାଇଥିବା କଥା ସାମ୍ନାକୁ ଆସିଛି। କେବଳ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଲୋକମାନେ ଏହି କୋଠରୀ ଭିତରକୁ ଆସୁଥିଲେ ବୋଲି ଅର୍ପିତା ଖୁଲାସା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ପାର୍ଥ ଚାଟାର୍ଜୀ ପ୍ରତି ସପ୍ତାହରେ କିମ୍ବା ୧୦ ଦିନରେ ଥରେ ତାଙ୍କ ଘରକୁ ଆସୁଥିଲେ। ପାର୍ଥ ମୋ ଘର ଏବଂ ଅନ୍ୟ ଜଣେ ମହିଳାଙ୍କ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ, ସେହି ମହିଳା ମଧ୍ୟ ପାର୍ଥର ଜଣେ ଭଲ ବନ୍ଧୁ। କେତେ ଟଙ୍କା ଅଛି ତାହା ପାର୍ଥ କେବେବି କହି ନଥିଲେ ବୋଲି ଅର୍ପିତା କହିଛନ୍ତି।

ପଶ୍ଚିମବଙ୍ଗର ଜଣେ ଅଭିନେତ୍ରୀ ଅର୍ପିତାଙ୍କୁ ପାର୍ଥଙ୍କ ସହ ଦେଖାସାକ୍ଷାତ କରାଇଥିଲେ। ସେ ୨୦୧୬ ଠାରୁ ପାର୍ଥଙ୍କ ବନ୍ଧୁ ଥିଲେ। କିନ୍ତୁ ଭୁଲ କାର୍ଯ୍ୟକଳାପ ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି ଟଙ୍କା SSC ପରୀକ୍ଷା ବ୍ୟତୀତ, ସ୍ଥାନାନ୍ତର, କଲେଜଗୁଡିକରେ ସ୍ୱୀକୃତି ପାଇବା ଭଳି କାମରୁ ଆସୁଥିଲା। ସର୍ବଦା ପାର୍ଥଙ୍କର ଲୋକମାନେ ଟଙ୍କା ଆଣୁଥିଲେ ବୋଲି ଇଡି ଜେରାରେ ବେଳେ ଖୁଲାସା କରିଛନ୍ତି ଅର୍ପିତା।

ଅର୍ପିତା ପାର୍ଥଙ୍କର ଆହୁରି ଅନେକ ସମ୍ପତି ବିଷୟରେ ମଧ୍ୟ କହିଛନ୍ତି। ଜଣେ ଦଲାଲ ଏବଂ ଜଣେ ବଡ ବ୍ୟବସାୟୀଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହାପରେ ଇଡି ସେମାନଙ୍କ ଅଫିସ ଓ ଘରେ ଚଢ଼ାଉ କରିଛି।ସେପଟେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଇଡି ୨୦୧୨ TET ପରୀକ୍ଷାର ଡକ୍ୟୁମେଣ୍ଟ, ଅନେକ ଜମି, ଘର ଏବଂ କମ୍ପାନି ସଂକ୍ରାନ୍ତ ଫାଇଲ୍‌ ଜବତ କରିଛି। କିଛି ଦସ୍ତାବିଜରୁ ଜଣାପଡ଼ିଛି, ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାଁରେ ୬ଟି କମ୍ପାନି ଅଛି। ସମସ୍ତ କମ୍ପାନିର ନିର୍ଦ୍ଦେଶକ ଅଛନ୍ତି ଅର୍ପିତା ମୁଖାର୍ଜୀ। ମନ୍ତ୍ରୀ ଚାଟାର୍ଜୀଙ୍କ ଅନେକ ଗୁପ୍ତ ସମ୍ପତ୍ତି ତାଲିକା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଆସିଥବାରୁ ତାହାର ଖୋଳତାଡ଼ ଚାଲିଛି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍‌ ଶୁକ୍ରବାର ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି। ଶୁକ୍ରବାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ଉ କରି ନଗଦ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା।

Related posts

ରାଜ୍ୟରୁ ଅପସରି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Odisha Halchal

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

Odisha Halchal

ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ

Odisha Halchal

Leave a Comment