ଓଡ଼ିଶା ଖବରନ୍ୟୁଜ୍

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକ ର ଛାୟା ଖେଳିଗଲା

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକ ର ଛାୟା ଖେଳିଗଲା

(ନୂଆପଡା ଜିଲ୍ଲା ତେଜୁରାମ ନାଏକ ସହ ଚେତୁରାମ ପ୍ରଧାନୀଙ୍କ ରିପୋର୍ଟ ) -: ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଭେଲା ଗ୍ରାମ ପଂଚାୟତ ସ୍ଥାନୀୟ ଭେଳା ବାସିନ୍ଦା ସ୍ବର୍ଗତ ଶ୍ରୀମତୀ ରୋହିଣୀ ଦୁରିଆ. ବୟସ ତାଙ୍କର 51. ସେ ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ ଭେଲାର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।  ତାଙ୍କର ସ୍ୱାମୀଙ୍କ ନାମ ଶ୍ରୀ ରାଧାକାନ୍ତ ତାଣ୍ଡି. ତାଙ୍କର ଦୁଇ ପୁଅ ଅଛନ୍ତି. ବଡ଼ ପୁଅର ନାମ ରାହୁଲ କୁମାର ତାଣ୍ଡି ଓ ସାନ ପୁଅର ନାମ ସତ୍ୟମ ତାଣ୍ଡି ।

ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରାମ କୃଷ୍ଣ କେଆର ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ. କିନ୍ତୁ ଦୈବ ଦୁରଯୋଗକୁ କେହି ରଖି ପାରିଲେ ନାହିଁ. ଚିକିତ୍ସିତ ଅବସ୍ଥାରେ ତାଙ୍କର ସମୟ 8.10pm ତାରିଖ 90.05.2022ରେ ମୃତ୍ୟୁ ଘଟିଥିଲା ।
ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଲାଣି. ସେ ଜଣେ ଶିକ୍ଷିତ, ଶାନ୍ତ, ସରଳ ଓ କର୍ତ୍ତବ୍ୟପରାୟଣ ଶିକ୍ଷୟିତ୍ରୀ ଭାବେ ସମସ୍ତଙ୍କ ପାଖରେ ପରିଚିତ ଥିଲେ ।

Related posts

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ

Odisha Halchal

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Odisha Halchal

Leave a Comment