ଓଡ଼ିଶା ଖବରନ୍ୟୁଜ୍

ବିଜେଡି ପ୍ରତିଷ୍ଠା ଦିବସରେ 200 ସର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ନୂତନ ସ୍କୁଲ ର ଭୂମି ପୂଜନ

ବିଜେଡି ପ୍ରତିଷ୍ଠା ଦିବସରେ 200 ସର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ନୂତନ ସ୍କୁଲ ର ଭୂମି ପୂଜନ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର) 26 ତମ ବିଜେଡି ପ୍ରତିଷ୍ଠା ଦିବସରେ  ରଙ୍ଗପାଲିରେ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ଓ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଏସସି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲର ଶିଳାନ୍ୟାସ କଲେ କନ୍ଧମାଳ ସାଂସଦ। ଆଜି ଦିନ ୧୨ଟା ସମୟରେ ରଙ୍ଗପାଲି ଗ୍ରାମ ନିକଟ ସୋଲାର ପ୍ଲାଣ୍ଟ ସମ୍ମୁଖରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏକ ହସପିଟାଲ ଓ ଆଉଏକ ସ୍କୁଲର ଶିଳାନ୍ୟାସ କରିଛନ୍ତି।

ଏହି ହସପିଟାଲ ନିର୍ମାଣ ହେଲେ ଏକାସଂଗରେ ୨୦୦ ଜଣ ରୋଗୀ ଚିକିତ୍ସିତ ହୋଇ ପାରିବେ ଏବଂ ସ୍କୁଲ କାର୍ଯକ୍ଷମ ହେଲେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଏସସିଏସଟି ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ ବୋଲି ଶ୍ରୀଯୁକ୍ତ ସାମନ୍ତ ସୂଚନା ଦେଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରଙ୍ଗପାଲି ଠାରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ। ଆଜି ଦିନ ଗୋଟାଏ ସମୟରେ ରଙ୍ଗପାଲି ଠାରେ ବିଜେଡିର ୨୬ ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ଯ ଅତିଥି ଭାବରେ କନ୍ଧମାଳ ସାଂସଦ ଡାକ୍ତର ଅଚ୍ୟୁତ ସାମନ୍ତ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କଷର୍ଣ ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଜାନୀ ସେନାପତି, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଯୁବ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ସାହୁ, ଜିଲ୍ଲା ଉପ ସଭାପତି ସୁଧିର ମହାକୁଡ, ବୌଦ୍ଧ ବ୍ଲକ ସଭାପତି ବାଳମୁକୁନ୍ଦ ମେହେର, ଚାଷୀ ନେତା ରମଣୀ ରଞ୍ଜନ ପ୍ରଧାନ,ଜିଲ୍ଲା ପରିଷଦ ଉପାଦ୍ଧକ୍ଷ ସଙ୍କରସନ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ଓ ଜିଲ୍ଲା ମହିଳା ଉପ ସଭାପତି,ବୟନ୍ତୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଓ ପୁରୁଷ ତଥା ବିଜୁପ୍ରେମୀ ଉପସ୍ଥିତ ଥିଲେ।

Related posts

ଖ୍ରୀଷ୍ଟିୟାନ ହସ୍ପିଟାଲ ଠାରେ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ସୁବିଧା

Odisha Halchal

ଖରିଦିପିପଳ ସେବା ସମବାୟ ସମିତିର ସଭାପତି ହେଲେ କେଶବ ଚନ୍ଦ୍ର ପାଲ

Odisha Halchal

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

Odisha Halchal

Leave a Comment