ଅପରାଧଓଡ଼ିଶା ଖବରନ୍ୟୁଜ୍

ରେଲୱେ ଅଟୋଷ୍ଟାଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ

ରେଲୱେ ଅଟୋଷ୍ଟାଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ

ରାୟଗଡା:-(ରିପୋର୍ଟ:-ଚିଫି ପ୍ରସାଦ ସାହୁକାର)ମୁନିଗୁଡା ପୋଲିସ ଦ୍ୱାରା ରେଲୱେ ଷ୍ଟେସନ ସମ୍ମୁଖ ଅଟୋଷ୍ଟାଣ୍ଡ ପରିସରରୁ ୪ଟି ଗଞ୍ଜେଇ ବ୍ୟାଗ ସହ ୨ଜଣ ପୁରୁଷ ଜଣେ ମହିଳା ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବା ଜଣାପଡିଛି l ସୂଚନା ଅନୁଯାୟୀ କନ୍ଧମାଳ ଅଞ୍ଚଳରୁ ବସ ଯୋଗେ ଗଞ୍ଜେଇ ଆସୁଥିବା ଏବଂ ଏହା ରେଳ ଯୋଗେ ୱେଷ୍ଟ ବେଙ୍ଗଲ ହାୱାଡାକୁ ଚାଲାଣ ହେବାର ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁଙ୍କ ନିର୍ଦେଶକ୍ରମେ ଏସ ଆଇ ମନୋରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସହିତ ରେଲୱେ ଅଟୋଷ୍ଟାଣ୍ଡରେ ଅପେକ୍ଷା କରିଥିଲେ।

ରାତ୍ର ୧୧ଟା ସମୟରେ ୪ଟି ଗଞ୍ଜେଇ ବ୍ୟାଗ ସହିତ ଚୋରା ଚାଲାଣକାରୀ ରେଳ ଯୋଗେ ଯିବାକୁ ଅପେକ୍ଷା କରିଥିବା ସମୟରେ ପୋଲିସ ୨ଜଣ ପୁରୁଷ ଜଣେ ମହିଳା ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଥିଲା l ଏମାନଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଥିଲେ l ଅଭିଯୁକ୍ତ ମାନେ ହେଲେ ଜୁଙ୍ଗଲ ସୁଖପୁରା,କୁଶୀନଗର,

ୟୁପିର ସନ୍ତୋଷ ଖୁଶୁବ୍ବା(୩୫)ପି:ଛାଥୁ ଖୁଶୁବ୍ବା,ଚାନ୍ଦିପୁର, ମୋହନା ଥାନା ଗଜପତି ଜିଲ୍ଲାର ପିତାମ୍ବର ପରିଛା(୩୫)ପି:ପୂର୍ଣ୍ଣଚନ୍ଦ୍ର ପରିଛା ଓ କୀର୍ତ୍ତନିଆ ପଡା,ପଶ୍ଚିମବଙ୍ଗର ମହିଳା ଗଞ୍ଜେଇ ଚାଲାଣକାରୀ ରେହେନା ବିବି(୩୮)ସ୍ୱା:ସଫିକୁଲ ମଣ୍ଡଳ ବୋଲି ଜଣାପଡିଛି l ଏମାନଙ୍କ ଠାରୁ ୨୨କେଜି୯୪୦ଗ୍ରାମ ଗଞ୍ଜେଇ ଓ ସେମାନଙ୍କ ମୋବାଇଲ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି l ଏନେଇ ମୁନିଗୁଡା ଥାନା କେଶନଂ ୯/୨୦୨୩ ରେ ମାମଲା ରୁଜୁକରି ଅଭିଯୁକ୍ତ ୩ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛୁ ବୋଲି ମୁନିଗୁଡା ଥାନା ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି l

 

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ବଢିଲା ବାତ୍ୟା ଆଶଙ୍କା

Odisha Halchal

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

Odisha Halchal

Leave a Comment