ଓଡ଼ିଶା ଖବରନ୍ୟୁଜ୍

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

ସୁନ୍ଦରଗଡ:-(ରିପୋର୍ଟ :-ସୁରଜ ପ୍ରତାପ ମହାନ୍ତି ) ଜିଲ୍ଲାର କୋଇଡା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ଚାରି ଦିନ ଭିତରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି ଦୁଇ ତୁଷାର ପାତ ଦେଖିବାକୁ ମିଳିଛି । ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ତଳକୁ ପାରଦ ଖସି ରହୁଥିବା ଜଣାପଡିଛି।। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ୍‌ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବା ସହ ଦୁଇ ଦିନ ହେଲା ଛଟ ଛଟ ତୁଷରା ପାତ ଦେଖିବାକୁ ମିଳିଛି।

ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରଷା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରସା। ଦୁଇ ଦିନ ହେଲା ଥଣ୍ଡା ବଢ଼ିବା ସହ କୋଇଡା ଅଞ୍ଚଳ ର ଘର ଉପର, ପଡ଼ିଆ ମାନଙ୍କ ରେ ଧଳା ଚାଦର ପରି ତୁଷରା ପାତ ହଇଛି। ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ କିଛି ଛକ ମାନଙ୍କରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି। ସକାଳୁ ଚା’ ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି।ସୂର୍ଯ୍ୟ କିରଣ ପଡିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି। ସକାଳୁ ପାଣିକୁ ହାତ ଦେଇ ହୋଉନାହିଁ ଥଣ୍ଡା ପଡିବା ପରେ ଗରମ ପାଣି ଭରଷାରେ ଲୋକ ଜୀବନ କାଟୁଛନ୍ତି। ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି। ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି।ବଣାଇ ରୁ ସୂରଜ ପ୍ରତାପ ମହାନ୍ତି ଓଡିଶା ହାଲଚାଲ

Related posts

ପୋଲିସ ପଞ୍ଚାରେ ଚେନ ଲୁଟେରା

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ

Odisha Halchal

Leave a Comment