ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

ନୂଆପଡ଼ା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ରେ ଦଳିତ ଓ ନାରୀମାନଙ୍କର ସେବା ରେ ଉଲେଖନୀୟ କାର୍ଯ୍ୟ ପାଇଁ ନୂଆପଡ଼ା ଜିଲ୍ଲାରୁ ତିନିଜଣ ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାତୀୟ ପୁରସ୍କାର ରେ ସମ୍ମାନିତକରାଯାଇଛି।

ସେମାନେ ହେଲେ କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ଗ୍ରାମର ମନିଜର ସୁନା,ଡୁଙ୍ଗୁରିପାଲି ଗ୍ରାମର ମୂଳଚନ୍ଦ ସୁନାନୀ ଓ ନୂଆପଡ଼ା ବ୍ଲକ ଅନ୍ତର୍ଗତ ଖରିଆରରୋଡ ସ୍ଥିତ ଆଦିବାସୀ ପଡାର ଭୂମିକା ଦୁରିଆ.ମନିଜର ସୁନା ଓ ମୂଳଚନ୍ଦ ସୁନାନୀଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଡ଼କ୍ଟର ଆମ୍ବେଦକର ଜାତୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ଭୂମିକା ଦୁରିଆଙ୍କୁ ବିରଙ୍ଗନା ମାତା ସାବିତ୍ରୀ ବାଇ ଫୁଲେ ଜାତୀୟ ସମ୍ନାନରେ ସାମ୍ନାନୀତ କରାଯାଇଛି।

ମନିଜର ସୁନା ଦୀର୍ଘ ବର୍ଷ ହେବ ସାମାଜିକ ସେବା ମାଧ୍ୟମରେ ଦଳିତ, ଆଦିବାସୀ, ଗରିବ, ଶ୍ରମିକ ମାନଙ୍କ ଅଧିକାର ପାଇଁ ନୂଆପଡା ଜିଲ୍ଲା ରେ ଲଢେଇ କରିଆସୁଛନ୍ତି. ମୂଳଚନ୍ଦ ସୁନାନୀ ନୂଆପଡା ଜିଲ୍ଲା ହାଡ଼ିପା ସମାଜ ର ସଚିବ ଥାଇ ଦଳିତ ଓ ଗରିବ ମାନଙ୍କ ହକ ଅଧିକାର ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି. ସେହିପରି ଭୂମିକା ଦୁରିଆ ମଧ୍ୟ ପଶ୍ଚିମ ଓଡିଶା ମହିଳା ସଂଗଠନ ର ସହ ସମ୍ପାଦିକା ଭାବେ ମହିଳା ମାନଙ୍କର ହକ ଓ ଅଧିକାର ପାଇଁ ବିଭିନ୍ନ ସଭା ସମିତି କରି ମହିଳାମାନଙ୍କୁ ସଚେତନ କରିଆଶୁଛନ୍ତି. ନୂଆପଡା ଜିଲ୍ଲାରୁ ଏହି ତିନି ଜଣଙ୍କର ସେବା ମନୋବୃତି କୁ ଦୃଷ୍ଟିରେ ରଖି ବର୍ଷ 2022 ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜାତୀୟ ସମ୍ନାନ ରେ ପୁରସ୍କୁତ କରାଯାଇଛି।

.ଏହି ଜାତୀୟ ପୁରସ୍କାର ସାମାଜିକ ସେବା ରେ ଉଲେଖନୀୟ କାର୍ଯ୍ୟ ପାଇଁ ବିଶେଷ ବ୍ୟକ୍ତି ବିଶେଷ ମାନଙ୍କୁ ସର୍ବ ଭାରତୀୟ ସ୍ତରରେ ପ୍ରଦାନ କରାଯାଏ. ପୁରସ୍କାର ପାଇବା ପରେ ତିନିଜଣଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିବା ରୁ ସମସ୍ତେ ଖୁସି ବ୍ୟକ୍ତ କରି ଏହି ଜାତୀୟ ପୁରସ୍କାର ଆମକୁ ଆଗକୁ ଆହୁରି ଦଳିତ ଓ ନାରୀ ସମାଜ ପାଇଁ ସଛୋଟ, ନିଷ୍ଠାପର ଓ ତ୍ୟାଗ ମନୋଭାବ ନେଇ କି କାମ କରିବାର ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି. ଏହି ଖବର ଜାଣିବା ମାତ୍ରେ ତାଙ୍କର ଶୁଭେଛୁ ଓ ସାଙ୍ଗ ସାଥିମାନଙ୍କ ତରଫରୁ ଅଭିନନ୍ଦନ ବାର୍ତ୍ତା ର ସୁଅ ଛୁଟୁଛି।

Related posts

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା

Odisha Halchal

ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ସପ୍ତାହ ହେବ ଇମ୍ୟୁନାଇଜେସନ ସେବା ବନ୍ଦ

Odisha Halchal

କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର

Odisha Halchal

Leave a Comment