ଓଡ଼ିଶା ଖବରନ୍ୟୁଜ୍

ବୁଢା ବୟସରେ ଧାନ ବିଲରେ ପ୍ରେମ

ବୁଢା ବୟସରେ ଧାନ ବିଲରେ ପ୍ରେମ

କେନ୍ଦ୍ରାପଡ଼ା:-(ରିପୋର୍ଟ :-ଜନ୍ମେଜୟ ବିଶ୍ଵାଳ)ଧାନ ବିଲରେ ପ୍ରେମ ଓ ପରେ ବିବାହ। ବରର ବୟସ ୬୩କୁ କନିଆର ୬୫। ବେକରେ ବରଣ ମାଳା ପକାଇଥିବା ଏହି ନବଦମ୍ଫତି ଏବେ ଚର୍ଚ୍ଚାରେ। ଦର୍ଶକ ବନ୍ଧୁ ଆପଣ ଶୁଣିଥିବେ ପ୍ରେମ ବିବାହର ଅନେକ କାହାଣୀ ତେବେ ଏ କାହାଣୀ ଯେତିକି ନିଆରା ସେତିକି ହୃଦୟ ବିଦାରକ। କୁହାଯାଏ ପ୍ରକୃତ ପ୍ରେମରେ ପ୍ରତି ବନ୍ଧକ ହୋଇପାରେ ନା କିଛି ବାଧାବିଘ୍ନ।

ପ୍ରେମ କେତେବେଳେ କେଉଁଠି ହେବ କହି ହେବନି। ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡାର ବୃଦ୍ଧ ଦମ୍ପତି ଭଜେଶ୍ଵରୀ ଓ ଶକ୍ତିପ୍ରସାଦ। ଶହେ ମାନସିକ କରି ପାଇଥିବା ପୁଅ ପଚାରିଲାନି କି ଝିଅ ଆଡ ଆଖିରେ ଚାହିଁଲାନି। ସେଇଥିଲାଗି ତ ପେଟ ପାଇଁ ପର ବିଲରେ ମଜୁରି ଲାଗିବା ବେଳେ ନେବାକୁ ପଡ଼ିଲା ସାଥୀ ହେବାର ଶପଥ। ମୂଲ ଲାଗିଲେ ପେଟକୁ ଦାନା ମିଳେ ଭଜେଶ୍ଵରୀ ମଜୁରିଆ ଭାବରେ ମାଲିକ ବିଲରେ ଧାନ କାଟିବାକୁ ଗଲାବେଳେ ସେଇଠି ତାଙ୍କର ଦେଖାହୁଏ ପାଖ ଗାଁ ର ଶକ୍ତିପ୍ରସାଦଙ୍କ ସହ।

ତାଙ୍କର ବି ସମାନ କାହାଣୀ ସମସ୍ତେ ଅଛନ୍ତି ହେଲେ ଶେଷ ସମୟକୁ ସାହା ଦେବାକୁ କେହି ନାହାଁନ୍ତି। ପତ୍ନୀ ଆରପାରିକୁ ଚାଲିଗଲେଣି। ଆମର କେହି ନାହାଁନ୍ତି ପୁଅ ଝିଅ ପଚାରୁ ନାହାଁନ୍ତି। ଆପଣାର ପରିବାର ପର କରିଦେବା ପରେ ପରିଣତ ବୟସରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଭଜେଶ୍ଵରୀ ଓ ଶକ୍ତିପ୍ରସାଦ। ଆମ ସମାଜରେ ଏପରି ଅନେକ ଚରିତ୍ର ରହିଛନ୍ତି ଯେଉଁମାନକୁ ପରିବାର ପାସରି ଦେବାପରେ ହାରି ଯାହି ନାହାଁନ୍ତି। ବରଂ ଆତ୍ମ ନିର୍ଭର ଭାବେ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି।

Related posts

ଋଷ-ୟୁକ୍ରେନ୍ ଯୁଦ୍ଧ: ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଦାବି କଲା ବ୍ରିଟେନ୍‌, ପ୍ରଭାବକୁ ନେଇ ବଢିଲା ବିଶ୍ୱ ସମୁହର ଚିନ୍ତା

Odisha Halchal

ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

Odisha Halchal

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

Leave a Comment