ଅପରାଧଓଡ଼ିଶା ଖବରନ୍ୟୁଜ୍

ସରକାରୀ ଅର୍ଥର ଆତ୍ମସାତ

ସରକାରୀ ଅର୍ଥର ଆତ୍ମସାତ

ସୁନ୍ଦରଗଡ :-(ରିପୋର୍ଟ :-ସୂରଜ ପ୍ରତାପ ମହାନ୍ତି)ସ୍ୱତନ୍ତ୍ର ଏକ ଜନଜାତି ଭୂୟାଁ ସମ୍ପ୍ରଦାୟର ତାଙ୍କ ଉନ୍ନତି ପାଇଁ ସରକାର ଖୁଂଟଗାଁ ରେ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ଖୋଲିଥିବା ବେଳେ ଵଣାଇଁ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ହଳଦୀକୁଦର ପଞ୍ଚାୟତ ଅନ୍ତର୍ଗତ ସାନଜଲ ଏକ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ, ଏଠାରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ ଘଟଣା । କିଛି ଦିନ ପୂର୍ବରୁ ଏଠାରେ ସ୍ଥାନୀୟ ପିବିଡିଏ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଆର୍ ଓ ପ୍ଲାଣ୍ଟ) ନିର୍ମାଣ କରାଯାଇଥିଲେ ମଧ୍ୟ, ଦୁର୍ନୀତି ଗ୍ରସ୍ତ ଅଧିକାରୀ କଂ ଖାମଖିଆଲି ମନୋଭାବ ଓ ନିମ୍ନ ମାନର ଉପକରଣ ଯୋଗୁଁ ପ୍ରକଳ୍ପ ଟି ମାତ୍ର ଦୁଇ ଦିନ ଚାଲିବା ପରେ ଏବେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡିଛି ।

ସାନଜଳ ଗ୍ରାମରେ ଏନଜିଓ ସଂସ୍ଥା ପକ୍ଷରୁ ଏକ ପ୍ରକଳ୍ପ ନିର୍ମାଣ ହେଲା ସେଠାରେ ଲକ୍ଷ ଲକ୍ଷ ଟଙ୍କାର ସୋଲାର ପ୍ୟାନେଲ, ବ୍ୟାଟେରୀ ଓ (ଆର୍ ଓ ) ପ୍ଲାଣ୍ଟ ର ସମସ୍ତ ଯନ୍ତ୍ରାଂଶ ଲାଗିଲା କିନ୍ତୁ ଦୁଇ ତିନି ଦିନ ଚାଲିଲା ପରେ ଏବେ ଅବ୍ୟବହୃତ ହୋଇ ଖତ ଖାଇବାରେ ଲାଗିଛି । ସୋଲାର, ବେଟେରୀ, ମେସିନ ଲାଗିଛି ସତ କିନ୍ତୁ ନିମ୍ନ ମାନର ଉପକରଣ ହୋଇଥିବାରୁ ଏବେ ବନ୍ଦ ହୋଇପଡିଛି । ଏଵାଵଦରେ ମିଳିଥିବା ମଞ୍ଜୁର ଅର୍ଥରୁ କାର୍ଯ୍ୟ କରୁଥିବା (ପିବିଡିଏ) ର ଅଧିକାରୀ ଅଧା ଚଳୁ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁ,ପାଉଟୁ ହୋଇ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନା ର ଅନୁଦାନ ବାଟମାରଣା ହୋଇ ମୂଲ୍ୟବାନ ପ୍ରକଳ୍ପ ଗୁଡ଼ିକ ଅଧାରେ ଅଟକି ନଷ୍ଟ ହେବାରେ ଲାଗିଛି । ଯାହାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସାଧାରଣ ଲୋକ ।

ଏକ ବର୍ଷ ହୋଇଯିବ ଏହି ପ୍ରକଳ୍ପ ବନ୍ଦ ହୋଇପଡିଥିବା ବେଳେ ପିବିଡିଏ ସଂସ୍ଥା ଭଲ କାର୍ଯ୍ୟ କୁ ତଦାରଖ ପାଇଁ ରଖିଥିବା ବେଳେ କୌଣସି କାର୍ଯ୍ୟକୁ ଏନଜିଓ ଓ ପିବିଡିଏ କର୍ମଚାରୀ ମଧୁଚନ୍ଦ୍ରିକା ହୋଇ କାର୍ଯ୍ୟ କରିଥିବା ବେଳେ ଉପଭୋକ୍ତା ମାନେ ତଥା ନିରୀହ ଆଦିବାସୀ ମାନେ ହଇରାଣ ହେଉଛନ୍ତି । ତେଣୁ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗରିବ ଲୋକଙ୍କ ସ୍ବାସ୍ଥ୍ୟ ଓ ପାନିୟ ଜଳର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ଏନେଇ ଆମେ ପ୍ରକଳ୍ପ ପ୍ରବନ୍ଧକ ଙ୍କୁ ପଚାରିବାରୁ ସେ କହିଛନ୍ତି ହଁ ଦେଖିଛି ଲେଖିକି ଜଣାଇବୁ ।ଏଠରେ ପ୍ରଶ୍ନ ଉଠୁଛି ଏତେ ଦିନ ଧରି ବନ୍ଦ ନେଇକି କେମିତି କର୍ମଚାରୀ ଜାଣିପାରୁନାହାନ୍ତି । ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି କାହିଁକି । ନିମ୍ନ ମାନର ଯନ୍ତ୍ରପାତି ବିନା ଯାଞ୍ଚ ରେ ଲଗାହେଲା କେମିତି ଓ ବିଲ ପାସ ହେଲା କେମିତି ।

Related posts

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

Odisha Halchal

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

Odisha Halchal

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

Leave a Comment