ଓଡ଼ିଶା ଖବରନ୍ୟୁଜ୍

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

ରାୟଗଡା:-(ରିପୋର୍ଟ:- ପ୍ରସାଦ ସାହୁକାର )ରାମନାଗୁଡ଼ା ପୋଲିସ ପକ୍ଷରୁ ରାମନାଗୁଡା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ସମସ୍ତ ପ୍ରକାର ଯାନବାହନ କଡାକଡି ଭାବେ ଯାଞ୍ଚ କରାଯାଇଛି

ଶୁକ୍ରବାର ଦିନ ଫାଣ୍ଡି ଅଧିକାରୀ ଛବିନ୍ଦ୍ର ସେଠି ଙ୍କ ନେତୃତ୍ୱରେ ଏଏସଆଇ ପୃଥ୍ୱୀରାଜ ଝଙ୍କାର ଙ୍କ ସହ ସଦଳବଳେ ରାୟଗଡା ଏବଂ ମୁନିଗୁଡ଼ା ଠାରୁ ଗୁଣୁପୁର ଓ ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ରେ ସମସ୍ତ ପ୍ରକାର ବାଇକ,ଭ୍ୟାନ, ଟ୍ରକ, ବସ, କାର, ଭଳି ଚାରି ଚକିଆ ଗାଡ଼ି କୁ ଅଟକାଇ ହେଲମେଟ, ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ସହ ଗାଡି ର କାଗଜପତ୍ର କଡାକଡି ଭାବେ ଯାଞ୍ଚ କରାଯାଇଛି

ବାଇକ ରେ ଅନେକ ସମୟରେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ହେଉଛନ୍ତି ତେଣୁକରି ରାମନାଗୁଡା ପୋଲିସ ର ଏଭଳି ଯାନବାହନ ଯାଞ୍ଚ କୁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଇଥିବା ବେଳେ ଏହିପରି ଚେକିଂ କୁ ନିୟମିତ ଭାବରେ କାର୍ଯ୍ୟ କରିବା କୁ ସାଧାରଣରେ ଦାବି ହୋଇଛି।

Related posts

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

Odisha Halchal

ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ରାଣା ଦଂପତିଙ୍କ ଜାମିନ ଫଇସଲା

Odisha Halchal

Leave a Comment