ଅପରାଧଓଡ଼ିଶା ଖବରନ୍ୟୁଜ୍

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ଆତ୍ମହତ୍ୟା

ଜଙ୍ଗଲରୁ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରୁ ମିଳିଛି ଏହି ମୃତଦେହ । ମୃତକ ମହିଷାସୁରି କଲୋନୀସାହିର ଯୋଗେନ୍ଦ୍ର ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି ।ଖବର ଅନୁଯାୟୀ, ଗାଁ ପାଖରେ ଥିବା ଜଙ୍ଗଲରେ ଥିବା ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବାର କିଛି ଲୋକ ଦେଖିଥିଲେ ।

ଏହାପରେ ତୁରନ୍ତ କପ୍ତିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତକଙ୍କ ନାମ ଯୋଗେନ୍ଦ୍ର ଦେହୁରୀ ବୋଲି ପୋଲିସ ଜାଣିବାକୁ ପାଇଛି । ଏବେ ଯାଏଁ ଯୋଗେନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟାକାଣ୍ଡ । ତାହାର ଛାନଭିନ କରୁଛି କପ୍ତିପଦା ପୋଲିସ ।
ତେବେ ଯଦି ସେ ଆତ୍ମହତ୍ୟା କରିଛନ୍ତି ।

ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ତାହା ପୋଲିସ ତଦନ୍ତ କରୁଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶୁକ୍ରବାର ଯୋଗେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତାପରେ ଯୋଗେନ୍ଦ୍ର ଘରୁ ବାହାରି ଆସି ଆଉ ଘରକୁ ଫେରିନଥିଲେ । ପାରିବାରିକ କଳହରୁ ଯୋଗେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

Related posts

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

Odisha Halchal

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

Odisha Halchal

ତାର ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ

Odisha Halchal

Leave a Comment