ଦେଶ ବିଦେଶନ୍ୟୁଜ୍

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍‌

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ୟୁକ୍ରେନ୍‌

ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଶନିବାର ଦାବି କରିଛନ୍ତି ଯେ, ଦେଶର ମଧ୍ୟ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହରରେ ୟୁକ୍ରେନ୍‌ର ସେନା ମଜବୁତ ହୋଇଛି । କିନ୍ତୁ ଖାରକିଭ, ନକୋଲିଭ, ଜେର୍ନିହାଇଭ ଓ ସୁମୀ ପ୍ରଭାବିତ ହୋଇଛି । ରୁଷୀୟ ସେନା ୟୁକ୍ରେନ୍‌ରେ ହିଂସା ସୃଷ୍ଟି କରୁଛନ୍ତି । ୟୁକ୍ରେନ୍ ସେନା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଆମେ ଆକ୍ରମଣକାରୀଙ୍କ କ୍ଷତିକରିପାରୁଛୁ । ଆମର ଖରାପ ସମୟରେ ମଧ୍ୟ ସେହିଭଳି ବଡ଼ଧରଣର କ୍ଷତି ହୋଇନାହିଁ ।

ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଯୁଦ୍ଧର ୧୦ ଦିନ ମଧ୍ୟରେ ୧୦ ହଜାର ରୁଷୀୟ ସୈନିକ ନିହତ ହୋଇସାରିଛନ୍ତି । ମାତ୍ର ଏହାକୁ ପ୍ରାମାଣିକ ଭାବେ ସ୍ପଷ୍ଟ କରାଯାଇପାରିବ ନାହିଁ । ରୁଷିଆ ପକ୍ଷରୁ ନିଜର ସୈନିକଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ଦିଆଯାଉ ନାହିଁ । ମାତ୍ର ଗତ ବୁଧବାର ରୁଷିଆ ସ୍ୱୀକାର କରିଥିଲା ଯେ, ନିଜର ୫୦୦ ସୈନିକଙ୍କୁ ହରାଇଛି ।

ୟୁକ୍ରେନ ସରକାର ଶନିବାର ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଏକ ରୁଷୀୟ ବିମାନ ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସୁଛି । ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବାସଙ୍କ ଦାବି ଯେ, ମାର୍ଚ୍ଚ ୫ ତାରିଖ ସୁଦ୍ଧା ସଂଘର୍ଷରେ ୧୦ ହଜାର ସୈନିକଙ୍କୁ ରୁଷିଆ ହରାଇଛି । ଏହା ବ୍ୟତୀତ ୭୯ ଲଢୁଆ ବିମାନ ଓ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଛି । ୨୬୯ ରୁଷିଆ ଟ୍ୟାଙ୍କ ଓ ୯୪୫ ଲଢୁଆ ବାହାନ ଓ ୪୫ ମଲ୍ଟି ରକେଟ ଲଞ୍ଚର ସିଷ୍ଟମକୁ ୟୁକ୍ରେନ୍‌ର ସେନା ଧରାଶୟୀ କରିଛି । ତେଣୁ ରୁଷିଆକୁ ନିଜର ସେନା ଫେରାଇ ନେଇ ଯୁଦ୍ଧ ବନ୍ଦ କରିବା ଉଚିତ ।

Related posts

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Odisha Halchal

ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ ଶେଷ

Odisha Halchal

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

Odisha Halchal

Leave a Comment