ଅପରାଧଓଡ଼ିଶା ଖବରନ୍ୟୁଜ୍

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

ଦଶପଲ୍ଲା କାରାଗାରରୁ ଜଣେ ବିଚାରାଧୀନ କଏଦି ଫେରାର୍। ଗେଟ୍ ବାହାରକୁ ଆସି ଝାଡୁ କଲାବେଳେ ଦୌଡ଼ି ସେ ଦୌଡ଼ି ପଳାଇଯାଇଛି । ଫେରାର୍ କଏଦିର ପରିଚୟ ହିଂମାଶୁ ଶେଖର ନାୟକ।

ସେ ନରସିଂହପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡି଼ଛି। ସ୍ତ୍ରୀଙ୍କୁ ହତ୍ଯା ଅଭିଯୋଗରେ ସେ ୨୦୨୦ରୁ ଦଶପଲ୍ଲା କାରାଗାରରେ ବନ୍ଦି ଥିଲା। ପାରିବାରିକ କଳହରୁ ସ୍ତ୍ରୀ ବାପଘରେ ଥିବାବେଳେ ଗତ ନଭେମ୍ବର ୨୦୨୦ରେ ଶ୍ବଶୁରଘରେ ହିଂମାଶୁ ତା ସ୍ତ୍ରୀକୁ ହତ୍ଯା କରିଥିଲା।

ସେହିଦିନ ଠାରୁ ସେ ଗିରଫ ହୋଇ ଦଶପଲ୍ଲା ଉପକାରାଗାରରେ ଥିଲା। କାରାଗାର ପକ୍ଷରୁ ହିଂମାଶୁ ଫେରାର୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାକୁ ଖୋଜୁଛି।

Related posts

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

Odisha Halchal

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal

ଯାଜପୁରରେ ବିଜେଡିର କ୍ଲିନ୍‌ ସ୍ୱିପ୍‌, ହାତେଇଲା ସମସ୍ତ ୧୮ ଓ୍ୱାର୍ଡ

Odisha Halchal

Leave a Comment