ଅପରାଧଓଡ଼ିଶା ଖବରନ୍ୟୁଜ୍

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

ଦଶପଲ୍ଲା କାରାଗାରରୁ ଜଣେ ବିଚାରାଧୀନ କଏଦି ଫେରାର୍। ଗେଟ୍ ବାହାରକୁ ଆସି ଝାଡୁ କଲାବେଳେ ଦୌଡ଼ି ସେ ଦୌଡ଼ି ପଳାଇଯାଇଛି । ଫେରାର୍ କଏଦିର ପରିଚୟ ହିଂମାଶୁ ଶେଖର ନାୟକ।

ସେ ନରସିଂହପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡି଼ଛି। ସ୍ତ୍ରୀଙ୍କୁ ହତ୍ଯା ଅଭିଯୋଗରେ ସେ ୨୦୨୦ରୁ ଦଶପଲ୍ଲା କାରାଗାରରେ ବନ୍ଦି ଥିଲା। ପାରିବାରିକ କଳହରୁ ସ୍ତ୍ରୀ ବାପଘରେ ଥିବାବେଳେ ଗତ ନଭେମ୍ବର ୨୦୨୦ରେ ଶ୍ବଶୁରଘରେ ହିଂମାଶୁ ତା ସ୍ତ୍ରୀକୁ ହତ୍ଯା କରିଥିଲା।

ସେହିଦିନ ଠାରୁ ସେ ଗିରଫ ହୋଇ ଦଶପଲ୍ଲା ଉପକାରାଗାରରେ ଥିଲା। କାରାଗାର ପକ୍ଷରୁ ହିଂମାଶୁ ଫେରାର୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାକୁ ଖୋଜୁଛି।

Related posts

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ

Odisha Halchal

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହ ଶିଶୁକନ୍ୟାକୁ କରିଦେଲେ ବିବାହ

Odisha Halchal

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

Leave a Comment