ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଅଲଗା ହେଲେ ଟାଇଗର-ଦିଶା, ୬ ବର୍ଷ ଡେଟ୍‌ କରିବା ପରେ ସମ୍ପର୍କରେ ଦ-ଏଣ୍ଡ

ଅଲଗା ହେଲେ ଟାଇଗର-ଦିଶା, ୬ ବର୍ଷ ଡେଟ୍‌ କରିବା ପରେ ସମ୍ପର୍କରେ ଦ-ଏଣ୍ଡ

ଟାଇଗର ଶ୍ରଫ ଏବଂ ଦିଶା ପଟାନି ବଲିଉଡର ଲୋକପ୍ରିୟ କପଲ୍‌ମାନଙ୍କ ମଧ୍ୟରୁ ଜଣେ। ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି । ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ ସ୍ବୀକାର କରି ନାହାନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସ ଜାଣନ୍ତି କି ଦୁହେଁ ଦୁହିଁଙ୍କୁ ଡେଟ୍‌ ମଧ୍ୟ କରୁଛନ୍ତି। କାହିଁକି ନା ପ୍ରାୟତଃ ସମୟ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ । ହେଲେ ଏବେ ଆଉ ଦେଖିବାକୁ ମିଳିବ ନାହିଁ। ଏବେ ଦିଶା ଏବଂ ଟାଇଗରଙ୍କୁ ନେଇ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗର ସେମାନଙ୍କ ୬ ବର୍ଷର ସମ୍ପର୍କରେ ଅଲଗା ହୋଇଯାଇଛନ୍ତି।

ପ୍ରଶ୍ନ ଉଠିଛି କି ଦୁହିଁଙ୍କ ମଧ୍ୟରେ ଏପରି କଣ ହେଲା । ଯେଉଁଥିପାଇଁ ଦୁହେଁ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି ନେଲେ । ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଶୁଣିବାକୁ ମିଳିଛି କି ଗତ ଏକ ବର୍ଷ ଧରି ସେମାନଙ୍କ ସମ୍ପର୍କରେ ଉତ୍ଥାନ-ପତନ ଘଟିଥିଲା । ଯାହା ଧିରେ ଧିରେ ବଢିବାରେ ଲାଗିଲା।

ହିନ୍ଦୁସ୍ତାନ ଟାଇମ୍ସ ସହ ବାର୍ତ୍ତାଳାପ ବେଳେ ଟାଇଗରର ଜଣେ ବନ୍ଧୁ ଏହି କପଲଙ୍କ ବ୍ରେକଅପ୍ ଖବରକୁ ସତ ବୋଲି କହିଛନ୍ତି। ହେଲେ ଅଲଗା ହେବାର ପ୍ରକୃତ କାରଣ ଜଣାପଡିନାହିଁ। କିନ୍ତୁ ବର୍ତ୍ତମାନ ଦୁହେଁ ଆଉ କପଲ୍‌ ଭାବରେ ଏକାଠି ନାହାଁନ୍ତି । ଉଭୟ ଏକାକୀ ଜୀବନ ବିତାଉଛନ୍ତି।

 

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ନଦୀରେ ଜାଲ ପକାଉଥିବା ବେଳେ କୁମ୍ଭୀର ଝାମ୍ଫି ନେଲା

Odisha Halchal

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

Odisha Halchal

Leave a Comment