ଓଡ଼ିଶା ଖବରନ୍ୟୁଜ୍

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖ କାଜୁ ଗଛରେ ଏହି ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି ।

ଯୁବକଙ୍କ ପକେଟରେ ମୋବାଇଲ୍‌ ଥିବା ବେଳେ କେହି ଫୋନ୍‌ କରୁଥିବାରୁ ଏହା ରିଙ୍ଗ୍‌ ହେଉଛି । କିଛି ଦୂରରେ ଏକ ବାଇକ୍‌ ଥୁଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି I ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଥିବା ବେଳେ ତଦନ୍ତ ଜାରି ରହିଛି ।

Related posts

ସିସିଟିଭି ରେ କଏଦ ହେଲା ମୋବାଇଲ ଚୋରିର ଦୃଶ୍ୟ

Odisha Halchal

ପୁଣି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଟଳିଲେ ଜଣେ ଆତଙ୍କବାଦୀ

Odisha Halchal

ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

Odisha Halchal

Leave a Comment