ଓଡ଼ିଶା ଖବରନ୍ୟୁଜ୍

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖ କାଜୁ ଗଛରେ ଏହି ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି ।

ଯୁବକଙ୍କ ପକେଟରେ ମୋବାଇଲ୍‌ ଥିବା ବେଳେ କେହି ଫୋନ୍‌ କରୁଥିବାରୁ ଏହା ରିଙ୍ଗ୍‌ ହେଉଛି । କିଛି ଦୂରରେ ଏକ ବାଇକ୍‌ ଥୁଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି I ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଥିବା ବେଳେ ତଦନ୍ତ ଜାରି ରହିଛି ।

Related posts

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

Odisha Halchal

ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ

Odisha Halchal

ଶାରୀରିକ ଅକ୍ଷମତା ସତ୍ତ୍ବେ ପାଟିରେ ପେନ୍‌ସିଲ ଧରି ଆଙ୍କିଛନ୍ତି ୫-ଟି ବିଦ୍ୟାଳୟର ସୁନ୍ଦର ଚିତ୍ର

Odisha Halchal

Leave a Comment