ଓଡ଼ିଶା ଖବରନ୍ୟୁଜ୍

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

ସିସିଟିଭି ଫୁଟେଜ୍ ରେ ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଥିବା ଯୁବତୀ ,ଫୋନ୍ ଟ୍ରେସ୍ କରି ତଦନ୍ତ ଚଳାଇଛି ପୋଲିସ୍
ନିଖୋଜ ଥିବା ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଝିଅ ସ୍ୱିିଟି ରାୟ ।ଏନେଇ ଅଧିକ ଖୋଳତାଡ଼ କରିବା ସହ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି ଏବଂ ଫୋନ୍ ଟ୍ରେସ୍ କରି ବର୍ତ୍ତମାନ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି ।

ସୁଚନା ଅନୁସାରେ ସ୍ୱିିଟି ରାୟ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ ।କିଛି ଦିନ ତଳେ ସେ ଘରକୁ ଯାଇଥିଲେ ।

ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ ଏବଂ ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ ।ହେଲେ ଏହା ପର ଠାରୁ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ

Related posts

ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ବିଶାଳ ମଟର ସାଇକେଲ ସଭାଯାତ୍ରା

Odisha Halchal

ଧିରେ ଧିରେ କମିଯିବ ଶୀତ, ୯ ତାରିଖ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

Odisha Halchal

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

Leave a Comment