ଓଡ଼ିଶା ଖବରନ୍ୟୁଜ୍

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

ସିସିଟିଭି ଫୁଟେଜ୍ ରେ ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଥିବା ଯୁବତୀ ,ଫୋନ୍ ଟ୍ରେସ୍ କରି ତଦନ୍ତ ଚଳାଇଛି ପୋଲିସ୍
ନିଖୋଜ ଥିବା ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଝିଅ ସ୍ୱିିଟି ରାୟ ।ଏନେଇ ଅଧିକ ଖୋଳତାଡ଼ କରିବା ସହ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି ଏବଂ ଫୋନ୍ ଟ୍ରେସ୍ କରି ବର୍ତ୍ତମାନ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି ।

ସୁଚନା ଅନୁସାରେ ସ୍ୱିିଟି ରାୟ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ ।କିଛି ଦିନ ତଳେ ସେ ଘରକୁ ଯାଇଥିଲେ ।

ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ ଏବଂ ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ ।ହେଲେ ଏହା ପର ଠାରୁ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ

Related posts

କେନ୍ଦ୍ର ମନ୍ତ୍ରୀ ନାଲକୋ ସମୁଦାୟକୁ ଉଲ୍ନେଖନୀୟ ଫଳାଫଳ ଦର୍ଶନ ପାଇଁ ଅଭିନନ୍ଦନ

Odisha Halchal

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

Odisha Halchal

Leave a Comment