ଓଡ଼ିଶା ଖବରନ୍ୟୁଜ୍

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖବାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଡାକ୍ତର ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହେବ ।

ପିଟିସନରେ ତପସ୍ୱନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା କୋର୍ଟ ଦଶାଇଛନ୍ତି । ତେବେ ଉଭୟ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ କରି ହାଇକୋର୍ଟଙ୍କର ନୋଟିସ୍ ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃୟାରୀ ୮ ତାରିଖକୁ ଦିନ ଧାର୍ଯ କରାଯାଇଛି ।

ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟନ ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ । ଏଭଳି ସ୍ଥଳରେ ତାଙ୍କ ଘରକୁ ଏକାଧିକ ମହିଳା ପ୍ରବେଶ କରିବା ବେଆଇନ ବୋଲି କହିଛନ୍ତି ସୁମିତଙ୍କ ଓକିଲା । ତେବେ ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ହୋଇଥିବା ବିବାଦ ମାମଲା ଏବେ ବି ବିଚାରାଧୀନ ରହିଛି ।

ସେହିପରି ତପସ୍ୱିନୀ ସ୍ୱାମୀଙ୍କ ଶାଶୁ ଘରେ ରହିବା ପାଇଁ ଦୀର୍ଘ ଦିନ ଧରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଏହା ପରେ ଶାଶୁ ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ବି ଏହି ଘଟଣା ବିଚାରଧୀନ ରହିଛି ।

Related posts

ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ

Odisha Halchal

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

Odisha Halchal

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

Odisha Halchal

Leave a Comment