ଓଡ଼ିଶା ଖବରନ୍ୟୁଜ୍

ମାଓବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ଯବାନ

ମାଓବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ଯବାନ

ମାଲକାନଗିରି:- (ରିପୋର୍ଟ-କ୍ରିଷ୍ଣପଦୋ ରାୟ)ମାଓବାଦୀଙ୍କ ଆଉ ଏକ ଷଡ଼ଯନ୍ତ୍ର କୁ ପଣ୍ଡ କଲେ ଯବାନ। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଅନ୍ତର୍ଗତ ସଦାରାମ୍ ସନ୍ୟାସିଗୁଡା ଓ ତୋଟାଗୁଡା ମଧ୍ୟରେ ମାଓବାଦୀ ମାନେ ପୋତି ଥିବା ବିପୁଳ ମାତ୍ରାର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଓ ବି.ଏସ.ଏଫ ଜବାନ ମାନେ ଉଦ୍ଧାର କରିଛନ୍ତି ।

ବିଶେଷ ସୁତ୍ରରୁ ଖବର ପାଇ ବି.ଏସ.ଏଫ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଆଜି ଏକ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ସଦାରାମ୍ ସନ୍ୟାସିଗୁଡା ଓ ତୋଟାଗୁଡା ମଧ୍ୟରେ ତଲାସି କରିବା ବେଳେ, ମାଓବାଦୀଙ୍କ ଦ୍ବାରା ଖୋଞ୍ଜା ଯାଇଥିବା ବିସ୍ପୋରକ ଯବାନ ମାନେ ଜବତ୍ କରିଛନ୍ତି, ତେବେ ଏଥିରେ ଗୋଟିଏ ୫ କେଜି ଷ୍ଟିଲ ଟିଫିନ ବୋମା , ୪ ଟି ଦୁଇକେଜି ଷ୍ଟିଲ ଟିଫିନ୍ ବୋମା , ଗୋଟିଏ ଏକ କେଜିର ପିତଳ ବୋମା , ଗୋଟିଏ ୫୦୦ ଗ୍ରାମର ପିତଳ ବୋମା ୫୦୦ ଗ୍ରାମ୍ ବିସ୍ଫୋରକ ପାଉଡର , ଗୋଟିଏ ଗ୍ୟାସ୍ ଓଲ୍‌ଡିଙ୍ଗ ଗ୍ଲୋବ ଓ ୪ ହଳ ଜୋତା ସମେତ ଅନାନ୍ୟ ସାମଗ୍ରୀ ଜବତ୍ କରିଥିଲେ ।

ଏହାପରେ ଯବାନ ମାନଙ୍କ ତରଫରୁ,ବୋମା ନିଷ୍କ୍ରିୟ କାରି ଟିମ୍ ସହାୟତାରେ ୭ ଟି ବୋମାକୁ ନିଷ୍କ୍ରିୟ କରିଥିଲେ।

Related posts

କିଭ୍‌ରେ ରୁଷିଆ ସେନାର ଗୁଳିବର୍ଷା

Odisha Halchal

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ

Odisha Halchal

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

Odisha Halchal

Leave a Comment