ଓଡ଼ିଶା ଖବରନ୍ୟୁଜ୍

ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ

ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର :-(ରିପୋର୍ଟ-ପ୍ରଶାନ୍ତ କୁମାର ସାହୁ )ପାପଡାହାଣ୍ଡି ବ୍ଲକ ବିଡ଼ିଓ ଙ୍କ ବ୍ୟବହାର କୁ ନେଇ ବର୍ଷିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ।ଗତ କାଲି ତଥା ୦୪/୦୫/୨୨ ତାରିଖ ଠାରୁ ବ୍ଲକ କଂଗ୍ରେସ ତରଫରୁ ୧୬ ଦଫା ଦାବି ପୂରଣ ପାଇଁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ।

ଆଜି ଦୁତୀୟ ଦିନ ଧାରଣା ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।ଏହି ସମୟରେ ରେ ପାପଡାହାଣ୍ଡି ବିଡ଼ିଓ ଙ୍କ ସହିତ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ସହିତ କଥା କଟାକଟି ହେଇଥିଲା।ବିଧାୟକ ଙ୍କୁ ବିଡିଓ ଖରାପ ବ୍ୟବହାର କରିଥିଲେ, ଏହାପରେ ବିଧାୟକ ତାରାପ୍ରସାଦ ବାହିନୀପତି ବିଡିଓ କ୍ଷମା ମାଗିବା ଦାବୀରେ ଧାରଣା ରେ ବସିଥିଲେ।

ଏହାପରେ ଜିଲ୍ଲା ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଘଟଣା ସ୍ଥଳରେ ପହଂଚି ଆଲୋଚନା କରି ଦାବୀ ପୁରଣ କରିବା କୁ ଏକ ମାସ ସମୟ ମାଗିବା ସହ ବିଡିଓ ଙ୍କ ବ୍ୟବହାର କୁ ନେଇ ଦୁଃଖ ପ୍ରକାଶ କରିଥିଲେ। ବିଡିଓ ରଞ୍ଜିତା ମଲ୍ଲିକ ପରେ ନିଜ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା । ଏକ ମାସ ମଧ୍ୟରେ ପ୍ରଶାସନ ପକ୍ଷରୁ ଦାବୀ ଗୁଡ଼ିକ ପୂରଣ ନ ହେଲେ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Related posts

ଅଜଣା ନମ୍ବରରୁ କଲ୍‌ ଆସୁଛି କି ତାହେଲେ ସାବଧାନ

Odisha Halchal

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

Odisha Halchal

ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

Odisha Halchal

Leave a Comment