ଅପରାଧଦେଶ ବିଦେଶନ୍ୟୁଜ୍

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ; ଦୁଇ ସପ୍ତାହରେ ୩ ଥର ଦେଖାଗଲାଣି ଡ୍ରୋନ, ଗୁଳିକଲେ ଯବାନ୍‌ ଭାରତ-ପାକିସ୍ତାନ ସୀମାରେ ଏଇ କିଛିଦିନ ଭିତରେ ବାରମ୍ବାର ପାକିସ୍ତାନୀ ଡ୍ରୋନ୍‌ ଦେଖିବାକୁ ମିଳୁଛି। ରବିବାର ପୁଣି ଏକ ପାକିସ୍ତାନୀ ଡ୍ରୋନକୁ କଶ୍ମୀରର ସାମ୍ବା ପ୍ରଦେଶରେ ଦେଖିବାକୁ ମିଳିଥିଲା। ଅନ୍ତରାଷ୍ଟ୍ରୀୟ ସୀମା ଉପରେ ଏହି ଡ୍ରୋନ୍‌ ଦେଖିବାକୁ ମିଳିଥିଲା ବୋଲି ଜମ୍ମୁ-କଶ୍ମୀର ପୋଲିସର କହିଛି । ସାମ୍ବା ଅଞ୍ଚଳର ମଙ୍ଗୁଚକ୍‌ ଗାଁର ଲୋକମାନେ ଡ୍ରୋନଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ ପାଇଁ ଏକ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି ବୋଲି ଜଣେ ଜଣେ ପୋଲିସ ଅଧିକାରୀ କହିଛନ୍ତି। କେବଳ ଏତିକି ନୁହେଁ ଗ୍ରାମବାସୀ ଡ୍ରୋନ୍‌ ସମ୍ପର୍କରେ ସୂଚନା ଦେବାମାତ୍ରେ ତୁରନ୍ତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହେବା ସହିତ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ସୀମାରେ ତିନି ଥର ଡ୍ରୋନକୁ ଦେଖିଥିବା ଗ୍ରାମବାସୀମାନେ କହିଛନ୍ତି। ଏହା ପୂର୍ବରୁ ଜୁଲାଇ ୪ରେ ରାଜପୁରା ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ପାଇଥିଲେ।

ପଠାନକୋଟରେ ମଧ୍ୟ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ରାତିରେ ଡ୍ରୋନ୍‌ ବୁଲୁଥିବା ବେଳେ ତା’ ଉପରେ ବିଏସଏଫ୍‌ ଜବାନମାନେ ଡ୍ରୋନ୍କୁ ଦେଖିଥିଲେ। ପରେ ଏହି ଡ୍ରୋନ୍‌ ଉପରକୁ ଯବାନ ୪୬ ରାଉଣ୍ଡ ଗୁଳି କରିଥିଲେ। ଏହା ପରେ ଡ୍ରୋନଟି ପାକିସ୍ତାନ ସୀମାକୁ ଫେରିଯାଇଥିଲା। ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ଗୁପ୍ତତଥ୍ୟ ହାସଲ କରିବା ପାଇଁ ପାକିସ୍ତାନ ଏହି ଡ୍ରୋନ୍‌ ପଠାଉଛି ବୋଲି ବରିଷ୍ଠ ଅଧିକାରୀମାନ କହିଛନ୍ତି। ଏହି ଡ୍ରୋନ୍‌ ଆତଙ୍କବାଦୀମାନେ ପଠାଇଥାଇ ପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି । କିଛି ବଡ଼ ଧରଣର ଆକ୍ରମଣ ପୂର୍ବରୁ ସୂଚନା ସଂଗ୍ରହ କରିବା ଲକ୍ଷରେ ଏହି ଡ୍ରୋନ୍‌ ଆତଙ୍କୀମାନେ ପଠାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ ସେନାବାହିନୀର ସତର୍କତା ଯୋଗୁ ଗୁପ୍ତଚରୀ ଡ୍ରୋନ୍‌ ଅଧିକ ସୀମା ଭିତରକୁ ପଶିପାରିନାହିଁ ।

Related posts

ଆହୁରୀ ଘନେଇଲା ବର୍ଷା-ଅନୁଭବ ପାରିବାରିକ ବିବାଦ

Odisha Halchal

ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍, ଶତାଧିକ ଲୋକ ଆହତ

Odisha Halchal

ହୋଟେଲ ନିକଟରେ ମର୍ମନ୍ତୁତ ସଡକ ର୍ଦୁଘଟଣା

Odisha Halchal

Leave a Comment