ଅପରାଧଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାରିଲେ ଲୋକେ। ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାପାଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ।

ଅପରାହ୍ଣ ପ୍ରାୟ ୫ଟା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ବାରିପଦାରୁ ବାଙ୍ଗରିପୋଷି ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କୁଳିଆଣି ଥାନା ଅନ୍ତର୍ଗତ ସୌରୀ ନିକଟରେ ଲୋକେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଖପାଖ ଆଉ ୫ ଖଣ୍ଡ ଗାଁର ଲୋକେ ପଞ୍ଚାୟତ ଅଫିସ୍ ସ୍ଥାନାନ୍ତର ଦାବିରେ ଏନ୍ଏଚ୍-୧୮କୁ ସେଠାରେ ଅବରୋଧ କରିଥିଲେ।

ରାସ୍ତାରୋକ ବେଳେ ଜିଲ୍ଲାପାଳଙ୍କ ଗାଡ଼ି ସେଠାରେ ପହଞ୍ଚି ଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ସୂଚନା ମିଳିଛି ଲୋକେ ଜିଲ୍ଲାପାଳଙ୍କ ସହିତ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ଆଉ ସେହି ସମୟରେ କିଛି ଲୋକ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ଗାଡ଼ିର ପଛ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଜିଲ୍ଲାପାଳଙ୍କର କିଛି ହୋଇ ନାହିଁ। ସେ ସୁରକ୍ଷିତ ଅଛନ୍ତି।

ଏହି ଘଟଣା ପରେ ପୁଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ଏହା ସହିତ ସେଠାରୁ ଲୋକଙ୍କୁ ହଟାଇ ଥିଲା। ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related posts

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା

Odisha Halchal

କ୍ରିକେଟ୍‌ ଖେଳାଳିରୁ କୁଖ୍ୟାତ ଲୁଟେରା !

Odisha Halchal

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

Odisha Halchal

Leave a Comment