ଓଡ଼ିଶା ଖବରନ୍ୟୁଜ୍

ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା

ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡାସିଂ ଠାରେ। ଏହି ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଇ ଆସୁଥିଲା ତେବେ ଏ ଏଥର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ହେତୁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇପାରିଲାନି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଓ ଛାତ୍ରାଛତ୍ରୀ ଅଭିଯୋଗ କରିଛନ୍ତି। ପୁନଃ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ନକରାଗଲେ ସେମାନେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ତେବେ ପୁନଃ ବିଚାର ପାଇଁ ବୋର୍ଡ କତ୍ତୃପକ୍ଷଙ୍କୁ ସେ ଜଣାଇବେ ବୋଲି କହିଛନ୍ତି

Related posts

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

Odisha Halchal

ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha Halchal

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

Odisha Halchal

Leave a Comment