ଓଡ଼ିଶା ଖବରନ୍ୟୁଜ୍

ପୁଣି ଦେଖା ହବ ଆର ଜନମରେ

ପୁଣି ଦେଖା ହବ ଆର ଜନମରେ

ତୁ ଚାଲି ଯିବୁ ତ ଶାଶୁ ଘର, ଫୁଲ ର ସଵାରୀ ରେ ମୁଁ ଚାଲି ଯିବି ମସାଣି କୁ ମୋର କଣ୍ଟା ର ଶେଜ ରେ ହଁ ଦର୍ଶକ ବନ୍ଧୁ ବର୍ତମାନ ବି ଆପଣ ଏହି ଦୁଃଖ ଆଲବମ କୁ ଶୁଣିବାକୁ ମଧ୍ୟ ଭଲ ପାଉଥିବେ କାରଣ ଭଲ ପାଇବା ଏମିତି ଏକ ପ୍ରକୃତି ର ଉତ୍ସ ଯାହାକୁ କିଏ ସହଜ ରେ ବୁଝି ଯାଏ ତ ଆଉ କିଏ ଅବୁଝା ହେଇ ରହିଥାଏ ,ପ୍ରେମ, ପ୍ରେମ ଏମିତିକା ଏକ ଯାଦୁ ଯାହା ମଣିଷ କୁ ଏକ ପ୍ରକାର ଅଥୟ କରିପକାଏ ଯାହା ସମାଜ ଠୁ ବହୁତ ଦୂର କୁ ମଧ୍ୟ ନେଇ ଥାଏ, ହେଲେ ସବୁ ପ୍ରେମ ସତ ହୁଏନି କୋଉ ପ୍ରେମ ପକ୍ଷୀ ଉଡି ଉଡି ତା ବସା ନ ପାଇ ଅଧା ରେ ରହିଯାଏ ତ ଆଉ କୋଉ ପ୍ରେମ ପକ୍ଷୀ ତା ବସା କୁ ପାଇ ଖୁବ ଖୁସି ହୋଇଥାଏ ।

ସତରେ ଦର୍ଶକ ବନ୍ଧୁ ପ୍ରେମ ଏକ ଏମିତି ରୋଗ ଯାହା ଜାତି ଧର୍ମ ବର୍ଣ୍ଣ କୁ ପଛରେ ପକାଇ ତା ପ୍ରେମ କୁ ସଫଳ କରିବା ପାଇଁ ସେ ଏ ସମାଜ ସଙ୍ଗେ ଲଢେଇ କରିଥାଏ ଆଉ ତା ପ୍ରେମ କୁ ସଫଳ କରିଥାଏ ହେଲେ ଆଜିର ଏ ସମାଜ ପ୍ରେମ କୁ ଆଉ ଗୁଟେ ଆଖିରେ ଆଖି ଠାର ମାରୁଛି ସେ ହେଉଛି ଛଳନା ଆଉ ପ୍ରତାରଣା ଆଉ ଧୋକା ଏମିତି କିଛି କୁ ନେଇ ଏ ସମାଜ ରେ ପ୍ରେମ ପ୍ରତି ଯୁବ ବର୍ଗ ଘୃଣା କରିବା ଆରମ୍ବ କରିଛନ୍ତି, କାହାର ପ୍ରେମ ଜାତି କୁ ନେଇ ଅଧାରେ ରହିଯାଉଛି ତ ଆଉ କାହା ପ୍ରେମ ଧନୀ ଗରିବ କୁ ନେଇ ଅଧାରେ ରହିଯାଉଛି ତ ଆଉ କାହା ପ୍ରେମ ପରିବାର ର ପ୍ରତିବନ୍ଧକ କୁ ନେଇ ପ୍ରେମ ଅଧାରେ ରହିଯାଉଛି ଆଉ ଏହି ଅଧା ପ୍ରେମ କୁ ନେଇ କିଏ ଗୁମୁରି କାନ୍ଦି କାନ୍ଦି ଜୀବନ ବିତାଉଛି ତ ଆଉ କିଏ ଏ ପ୍ରେମ ବିନା ସମାଜ ରେ ତାର ବଞ୍ଚିବା କଷ୍ଟ କର ଭାବି ନିଜକୁ ଶେଷ କରି ଦେଉଛି ।
ହଁ ଦର୍ଶକ ବନ୍ଧୁ ଆମେ ଆଜି ଏମିତି ପ୍ରେମ ବିଷୟ ରେ କହିବାର ଅର୍ଥ ହେଉଛି ଏମିତି ଏକ ପ୍ରକୃତ ପ୍ରେମ ପାଇଁ ଆଜି ଜଣେ ନିରୀହ ଯୁବକ ଜୀବନ ହାରିଚି ଆଉ ତା ପ୍ରେମିକା କୁ କହିଛି ଆଉ ଦେଖା ହେବ ଆରଜନମ ରେ, ଯିଏ ସପ୍ନ ଦେଖିଥିଲା ଯୋଉ ବେଦି ରେ ସେ ତା ପ୍ରେମିକା କୁ ସିନ୍ଦୁର ଦେଇ ଥାନ୍ତା ଆଜି ସେ ସିନ୍ଦୁର କୁ ଆଉ କିଏ ନେଇ ଆସିଚି କିଏ ବା ଏ କଥା କୁ ଶୁଣିକି ରହିପାରିବ ତା ବିନା ବଞ୍ଚିରହିବା ଠୁ ଭଲ ସେ ଆରୋପରୀକୁ ଚାଲିଯିବା ତା ପାଇଁ ଠିକ ରାସ୍ତା ବୋଲି ସେ ବାଛି ନେଲା ଆଉ ସେ ସବୁ ଦିନ ପାଇଁ ସେ ନିଜକୁ ହରେଇ ବସିଲା ଦର୍ଶକ ବନ୍ଧୁ ଘଟଣା ଟି ହେଉଛି ବାଲେଶ୍ୱର ଜିଲ୍ଲା ସୋର ର ମାଣକ ପଂଚାୟତ ର ଯହିଁଆ ଗାଁ ର ଘଟଣା ରତ୍ନାକର ମଲ୍ଲିକ ଙ୍କ 22ବର୍ଷୀୟ ପୁଅ ପ୍ରଦୀପ ପାଖ ଗାଁ ଜଣେ ଯୁବତୀ କୁ ପ୍ରେମ କରୁଥିଲେ ଏବଂ କିଛି ଦିନ ଆଗରୁ ବାହାର ରାଜ୍ୟ କୁ କାମ କରିବା ପାଇଁ ଯାଇଥିଲେ ଖୁସି ରେ ଖୁସି ରେ ପ୍ରେମିକା ଙ୍କ ସହିତ ମୋବାଇଲ ରେ ମଧ୍ୟ କଥା ହେଉଥିଲେ ।

କିନ୍ତୁ ହଟାତ ସ୍ୱାର୍ଥ ପର ପ୍ରେମିକା ଟା ଆଉ ଏ ହତାଶିଆ ପ୍ରେମିକ ସହିତ କଥା ହେଲାଣି ଯେମିତି ସେ ଏ ଯୁବକ ଙ୍କ ଯେମିତି ଜାଣିନି କି ଚିହିଁନି ଏହା କୁ କିନ୍ତୁ ସାହିପାରିଲାଣି ପ୍ରେମିକ ସୁଦୂର ଅନ୍ୟ ରାଜ୍ୟ ରୁ ଆସି ପ୍ରେମିକା କୁ ଭେଟିବା ପାଇଁ ଚେଷ୍ଟା କଲା ହେଲେ ସେଥିରେ ସେ ବିଫଳ ମଧ୍ୟ ହେଲା ଆଉ ଶୁଣିବାକୁ ପାଇଲା ତା ମନର ମୌରୀ ଆଉ କାହା ଡେଣା ରେ ଉଡିବା ପାଇଁ କୋଉଠି ସଜ ହେଲାଣି ଏହା ଶୁଣି ତା ହତାଶିଆ ପ୍ରେମିକା ଟା ନିଜକୁ ସମ୍ଭାଳି ପାରିଲାନି ଆଉ ଏ ଜୀବନ କାହା ପାଇଁ ରଖିବ ଭାବି ଗାଁ ମୁଣ୍ଡ ରେ ଥିବା ଏକ ଗଛ ରେ ରଶି ଲଗାଇ ଜୀବନ ହାରି ଦେଲା, ସତରେ ଜୀବନ ତ ହରେଇ ଦେଲା ହେଲେ ଏ ବାପା ମା ଟା କଣ ଦୋଷ କରିଥିଲେ ଯାହା ତାକୁ କଣ ପାଇଁ ଛାଡିଗଲ ବୋଲି ସେ ନିଜକୁ ଧିକାର କରି ପଚାରୁଛନ୍ତି ସତରେ ଏ ପ୍ରେମ ସମାଜ ପାଇଁ ଏବେ ଘାତକ ସାଜିଲାଣି ।

Related posts

ମାନସ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ପୋଲିସ୍ ର ରେଡ଼୍‌

Odisha Halchal

ବନ୍ଧା ହେଲେ ରସିକିଆ ଗଣିତ ସାର୍‌

Odisha Halchal

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

Odisha Halchal

Leave a Comment