ଓଡ଼ିଶା ଖବରନ୍ୟୁଜ୍

ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା

ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡାସିଂ ଠାରେ। ଏହି ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଇ ଆସୁଥିଲା ତେବେ ଏ ଏଥର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ହେତୁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇପାରିଲାନି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଓ ଛାତ୍ରାଛତ୍ରୀ ଅଭିଯୋଗ କରିଛନ୍ତି। ପୁନଃ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ନକରାଗଲେ ସେମାନେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ତେବେ ପୁନଃ ବିଚାର ପାଇଁ ବୋର୍ଡ କତ୍ତୃପକ୍ଷଙ୍କୁ ସେ ଜଣାଇବେ ବୋଲି କହିଛନ୍ତି

Related posts

ଭୁବନେଶ୍ୱର ଆରଏମଆରସି ରେ ହେବ ମଙ୍କିପକ୍ସ ଟେଷ୍ଟ

Odisha Halchal

ବିଜେଡି ପ୍ରତିଷ୍ଠା ଦିବସରେ 200 ସର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ନୂତନ ସ୍କୁଲ ର ଭୂମି ପୂଜନ

Odisha Halchal

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

Leave a Comment