ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତା କାଲି ଓ ତା’ପର ଦିନ ଭାରତ ବନ୍ଦ। ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌। ଏହି ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି। ଏହି ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଭାରତ ବନ୍ଦ ନେଇ ଦିଲ୍ଲୀରେ ଟ୍ରେଡ ୟୁନିୟନମାନଙ୍କ ତରଫରୁ ଏକ ବୈଠକ କରାଯାଇ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି। ଏନେଇ ଟ୍ରେଡ ୟୁନିୟନମାନେ କହିଛନ୍ତି, କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।

କେନ୍ଦ୍ର ସରକାର ଯେଉଁଭଳି ଭାବେ ନୂତନ ଶ୍ରମକୋଡ୍‌ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି। ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି।

ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୨୮-୨୯ରେ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।

ସେପଟେ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଆନ୍ଦୋଳନ ବେଳେ ହିଂସାକୁ ରୋକିବା, ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦରେ ସାମିଲ ଥିବା ଲୋକ ଯେପରି ଆନ୍ଦୋଳନ କରିପାରିବେ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

Related posts

ବିଜେଡିର ଜନ ସଂପର୍କ ଯାତ୍ରା

Odisha Halchal

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

Odisha Halchal

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

Odisha Halchal

Leave a Comment