ଦେଶ ବିଦେଶନ୍ୟୁଜ୍ବ୍ୟବସାୟ

ଆର-ଇନଫ୍ରା ଓ ରିଲାଏନ୍ସ ପାଓ୍ୱାର ନିର୍ଦ୍ଦେଶକ ପଦ ଛାଡିଲେ ଅନିଲ ଅମ୍ବାନୀ, ରାହୁଲ ସରୀନଙ୍କୁ ନୂଆ ଦାୟିତ୍ୱ

ଆର-ଇନଫ୍ରା ଓ ରିଲାଏନ୍ସ ପାଓ୍ୱାର ନିର୍ଦ୍ଦେଶକ ପଦ ଛାଡିଲେ ଅନିଲ ଅମ୍ବାନୀ, ରାହୁଲ ସରୀନଙ୍କୁ ନୂଆ ଦାୟିତ୍ୱ

ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ୍ ବା ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ଶୁକ୍ରବାର ରିଲାଏନ୍ସ ପାଓ୍ୱାର ଓ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ସେବି ନିର୍ଦ୍ଦେଶରେ ତାଙ୍କୁ କୌଣସି ତାଲିକାଭୂକ୍ତ କମ୍ପାନୀରେ ସାମିଲ କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଏହାପରେ ଅମ୍ବାନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ରିଲାଏନ୍ସ ପାଓ୍ୱାର ବିଏସଇ ଫାଇଲିଂରେ କହିଛନ୍ତି ଯେ, ଅନିଲ ଅମ୍ବାନୀ ଅଣ କାର୍ଯ୍ୟକାରୀ ନିର୍ଦ୍ଦେଶକ, ସେବିର ନିୟମ ମାନି ରିଲାଏନ୍ସ ପାଓ୍ୱାର ବୋର୍ଡରୁ ହଟିଛନ୍ତି । ସେହିପରି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ମଧ୍ୟ ସମାନ କଥା କହିଛି ।

ସେହିପରି ଉଭୟ କମ୍ପାନୀ କହିଛନ୍ତି ଯେ, ଆର ପାଓ୍ୱାର ଓ ଆର୍ ଇନଫ୍ରାର ନିର୍ଦ୍ଦେଶକ ମଣ୍ଡଳୀ ଶୁକ୍ରବାର ରାହୁଲ ସରୀନଙ୍କୁ ଆସନ୍ତା ୫ ବର୍ଷ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦ ପ୍ରଦାନ କରିଛନ୍ତି । ତେବେ ଏହାକୁ ବୋର୍ଡର ସଦସ୍ୟମାନେ ମଞ୍ଜୁରୀ ଦେବା ବାକି ରହିଛି । ୭୨ ବର୍ଷୀୟ ରାହୁଲ ପ୍ରଶାସନିକ ସେବାରେ ଥିଲେ । ସେ ଦୀର୍ଘ ୩୫ ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସଚିବ ରହି ଅବସର ଗ୍ରହଣ କରିଥିଲେ ।

ସେହିପରି କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର କହିଛନ୍ତି ଯେ, ଗତ ଏକ ବର୍ଷରେ କମ୍ପାନୀ ପ୍ରାୟ ୮ ଲକ୍ଷ ସେୟାର ହୋଲଡରଙ୍କୁ ଲାଭ ପ୍ରଦାନ କରିଛି । କମ୍ପାନୀର ସେୟାର ୩୨ ଟଙ୍କାରୁ ବୃଦ୍ଧି ପାଇ ୧୫୦ ଟଙ୍କାରେ ପହଁଚିଛି ।

Related posts

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

Odisha Halchal

ସୋସିଆଲ ମିଡିଆରେ ଅନ୍ୟ ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ଡୁଏଟ୍ ଭିଡିଓ: ଛୁରୀ ଭୁଷିଦେଲା ସ୍ୱାମୀ

Odisha Halchal

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

Odisha Halchal

Leave a Comment