ଓଡ଼ିଶା ଖବରନ୍ୟୁଜ୍

ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ପଦଯାତ୍ରା

ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ପଦଯାତ୍ରା

ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁମନ୍ତ୍ରା )ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ.ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ସୁବର୍ଣ୍ଣପୁର ଜିଲ୍ଲାର ୧୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଠିକା କର୍ମଚାରୀ ବିଭିନ୍ନ ବିଭାଗ ଯଥା ଶିଶୁ ଓ ମାତୃ ବିଭାଗ.ଅଣସଂକ୍ରମଣ.ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ.ମୋବାଇଲ ସ୍ୱାସ୍ଥ୍ୟ.ଯକ୍ଷ୍ମା.ମ୍ୟାଲେରିଆ.ଲେପ୍ରୋସି.ସିକିଲ୍ ସେଲ୍ ଓ ମାନସିକ ରୋଗ ଆଦି ଇତ୍ୟାଦି ବିଭିନ୍ନ ବିଭାଗ ରେ ଦୀର୍ଘ ୧୭ ବର୍ଷ ହେଲା ଦିନ ରାତି କାର୍ଯ୍ୟରତ ଅଛନ୍ତି।

କୋଭିଡ ଭଳି ମହାମରୀ ସମୟରେ ଯେଉଁ ସମୟରେ କି ଲୋକେ କୋକୁଆ ଭୟରେ ଘରୁ ବାହାରୁ ନଥିଲେ ସେହି ସମୟରେ ନିଜର ପରିବାର ବର୍ଗଙ୍କୁ ଛାଡି ନିଜର ଜୀବମକୁ ବାଜି ଲଗେଇ କୋଭିଡ୍ ମୁକାବିଲା ଅଦ୍ୟାବଧି କରି ଆସୁଛୁ/ଯେକୌଣସି ପରିସ୍ଥିତି କୁ ଭୃକ୍ଷେପ ନକରି ଦିନରାତି ସ୍ୱଳ୍ପ ଦରମାରେ ୨୪ ଘଣ୍ଟା ପରିଶ୍ରମ କରି ଜିଲ୍ଲା ତଥା ରାଜ୍ୟକୁ ବିଭିନ୍ନ ସମୟରେ ପ୍ରସଂଶିତ କରୁଥିବା ସତ୍ୱେ ଠିକା କର୍ମଚାରି ଉଛେଦ ନୀତି ଆମକୁ ସଂଶ୍ଲିଷ୍ଟ କଲେ ନାହିଁ / ବିଭନ୍ନ ବିଭାଗରୁ ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କଲେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ସାବତ ପୁଅ ଭଳି ଅଣଦେଖା କଲେ/ଏଣୁ ଆସନ୍ତା ୧୨ ତାରିଖରୁ ହଳଦୀଆ ବେଜ୍ (ଆଶାର ଆଲୋକ)ପରିଧାନ କରି ନିଜ ବିଭାଗର କାର୍ଯ୍ୟରେ ଅସହଯୋଗ କରିବୁ ଓ ଆସନ୍ତା ନଭେମ୍ବର ୨୧ ତାରିଖ ସୁ୍ଧା ଆମ୍ଭ ମାନଙ୍କ ନ୍ୟାର୍ଯ୍ୟ ଦାବୀ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ଯଦି କିଛି ପଦକ୍ଷେପ ନ ନେଲେ ତେବେ ଆସନ୍ତା ନଭେମ୍ବର ୨୨ ତାରିଖ ରୁ ସାରା ଓଡିଶାର ୧୦୦୦୦ ସ୍ୱାସ୍ଥ୍ୟକର୍ମୀ ଅନିର୍ଦିଷ୍ଟ କାଳପାଇଁ ସ୍ୱାସ୍ଥ୍ୟସେବା ସଂପୁର୍ଣ ବନ୍ଦ କରିବା ସହିତ ରାଜଧାନୀ ର ରାଜରାସ୍ତାରେ ଦେବେ ବୋଲି କହିଛନ୍ତି।

ଆଜି ଦିନ ୧୦ ଟା ୩୦ ମିନିଟ ସମୟରେ ଏକ ବିଶାଳ ରାଲି ରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ଅନିପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁର୍ଯ୍ୟନାରାୟଣ ଦାଶ୍ ଙ୍କ ଏକ ଦାବୀପତ୍ର ପ୍ରଦାନ କରିଥିଲେ/ଉକ୍ତ ରାଲିରେ ସଭାପତି ସୁଜିତ ସାହୁ/ସଂପାଦକ ବିଶିକେଷନ ରଥ/ଜ୍ୟୋତିବିକାଶ୍ ମିଶ୍ର/ସ୍ୱାଗତିକା ସ୍ୱାଇଁ/ବିକାଶ ରଂଜନ ବାବୁ/ସାସ୍ୱତୀ ସତୋଥୀ ଙ୍କ ସମେତ ସତାଧିକ କର୍ମଚାରୀ ସାମିଲ ହୋଇଥିଲେ ।

Related posts

ରାୟଲ କ୍ଲବ ଗନିୟାରୀ ଦ୍ୱାରା ଜଳ ଛତ୍ର

Odisha Halchal

ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ!

Odisha Halchal

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

Leave a Comment