ଦେଶ ବିଦେଶନ୍ୟୁଜ୍

ମଝି ଆକାଶରେ ଗୁରୁତର ହେଲେ ଯାତ୍ରୀ

ମଝି ଆକାଶରେ ଗୁରୁତର ହେଲେ ଯାତ୍ରୀ

ମଝି ଆକାଶରେ ଯାତ୍ରୀ ହେଲେ ଗୁରୁତର। ସଙ୍ଗେ ସଙ୍ଗେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିଲା ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଯାତ୍ରୀଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ତୈମୁର ଅଲ୍ଲୀ ଖାନ । ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାଯାଇଛି।

ଆଜି ସକାଳେ ଏୟାର ଏସିଆର ଏକ ବିମାନ ବେଙ୍ଗଲୁରୁରୁ କୋଲକାତା ଅଭିମୁଖେ ଯାଉଥିଲା। ମାତ୍ର ସେଥିରେ ଥିବା ତୈମୁର ଅଲ୍ଲୀ ନାମକ ଯାତ୍ରୀ ହଠାତ୍‌ ଗୁରୁତର ହୋଇପଡ଼ିବାରୁ ଭୁବନେଶ୍ୱର ବିମାନବନ୍ଦର ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ସେଠାରେ ପୂର୍ବରୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ଥିବା ବେଳେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଭୁବନେଶ୍ୱ ବିମାନବନ୍ଦର ଡାଇରେକ୍ଟର କହିଛନ୍ତି, ବିମାନଟି ଭୁବନେଶ୍ୱରରେ ୭ଟା୫୬ରେ ଅବତରଣ କଲା। ଏଠାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।ତେବେ ମୃତକ ସହ ତାଙ୍କର ଅନ୍ୟ କେହି ପରିବାର ସଦସ୍ୟ ଥିଲେ କି, ପୂର୍ବରୁ ସେ କୌଣସି ରୋଗରେ ପୀଡ଼ିତ ଥିଲେ କି ତାହାର ଏବେ ଖୋଳତାଡ଼ ଚାଲିଛି।

Related posts

ଜେଲ ଗଲେ ଅତିରିକ୍ତ ଜିଲ୍ଲାପାଳ

Odisha Halchal

ଜୁଈରେ ଜଳୁଛି ସ୍ତ୍ରୀର ଚିତା, ସ୍ୱାମୀ ଫେରାର

Odisha Halchal

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Odisha Halchal

Leave a Comment