ଓଡ଼ିଶା ଖବରନ୍ୟୁଜ୍

ହାତୀ ଗୋଡ଼ରେ ଦଳି ଦେବାରୁ ବୃଦ୍ଧ ମୃତ

ହାତୀ ଗୋଡ଼ରେ ଦଳି ଦେବାରୁ ବୃଦ୍ଧ ମୃତ

ଜମନକିରା:-ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର)ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡରମା ରେଞ୍ଜ ଚେପଟଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଦଳି ଦେବାରୁ ସେହି ଗାଁର ଶ୍ରୀକର ବାଗ(୭୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ବଡରମା ରେଞ୍ଜର ବନ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହାତୀ ପଲ ସେହି ଗାଁ ପାଖାପାଖି ବିଚରଣ କରୁଥିବା ଯୋଗୁଁ ଲୋକେ ଆତଙ୍କିତ ଅଛନ୍ତି।ସୂଚନା ଅନଯାୟୀ ଆଜି ଅପରାହ୍ନ ସାଢେ଼ ୫ଟା ପାଖାପାଖି ସମୟରେ ରାଜରାସ୍ତା ୫୩ ଚେପଟାଆମ୍ବ ଗାଁ ନିକଟରେ ହାତୀ ପଲ ବୁଲାବୁଲି କରୁଥିଲେ।

ପରେ ଗାଁ ଭିତରକୁ ପଶି କେତେକଙ୍କ ଘର ଦ୍ଵାରା ଭାଙ୍ଗିବା ସହ ପାଖରେ ଥିବା ଅନ୍ୟ ଏକ ବସ୍ତିକୁ ଚାଲି ଯାଇଥିଲେ। ସେଠି କିଛି ଲୋକଙ୍କ ଘର ଭାଙ୍ଗି ଫେରିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଶ୍ରୀକର ହାତୀଙ୍କ ସାମନା ହୋଇ ଯାଇଥିଲା। ଏତିକିରେ ଗୋଟିଏ ହାତୀ ଶ୍ରୀକର କୁ କଚାଡି ମାରି ଦେବା ସହ ମୁଣ୍ଡକୁ ମାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଶ୍ରୀକର ର ମୃତ୍ୟୁ ହୋଇ ଯାଇଛି। ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Related posts

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal

ମୁନିଗୁଡା ପ୍ରେସ କ୍ଲବର ଶାନ୍ତିପୂର୍ଣ ଭାବେ କଳାବ୍ୟାଜ ପରିଧାନ l

Odisha Halchal

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ୮୨ ବର୍ଷ ବୟସରେ ଆଖି ବୁଜିଲେ

Odisha Halchal

Leave a Comment