ଓଡ଼ିଶା ଖବରନ୍ୟୁଜ୍

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମନୋନୀତଶିଶୁ କଳାକାରଙ୍କ ଅକାଳ ମୃତ୍ୟୁ

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମନୋନୀତଶିଶୁ କଳାକାରଙ୍କ ଅକାଳ ମୃତ୍ୟୁ

ବରଗଡ :-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ମନୋନୀତଶିଶୁ କଳାକାର ବଳରାମଙ୍କ ଅକାଳ ମୃତ୍ୟୁ।ପିଲାଟି ଛୋଟିଆ. ବୟସ ମାତ୍ର 12ବର୍ଷ. ସେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରଗଡର ସପ୍ତମଶ୍ରେଣୀର ଛାତ୍ର. ତାଙ୍କ ନାଁ ଶ୍ରେୟସ ପୁଝାରୀ. ବାପାଙ୍କ ନାମ ମହେନ୍ଦ୍ର ପୁଝାରୀ. ତାଙ୍କ ଘର ଆମ୍ବପାଲି, ବରଗଡ. ସେ ଶିଶୁ କଳାକାର ଭାବେ ପରିଚିତ।

ସେ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିଲେ।.ସବୁ ଠିକ ଠାକ ଚାଲିଥିଲା. ହଠାତ ଦୈବ ତାଙ୍କର ଜୀବନକୁ ପୃଥିବୀପୃଷ୍ଠରୁ ବିଦାୟନେବା ପାଇଁ ସ୍ଥିର କଲେ. ସେ ଘରେ ଖେଳୁଥିବା ସମୟରେ ତଳେ ପଡିଯାଇଥିଲେ.। ପରିବାରରେ ସତେ ଯେମିତି ଚଡକ ଆସିଲା. ପରିବାର ଲୋକେ ଚିକିତ୍ସା ଲାଗି ପ୍ରଥମେ ବରଗଡ ପୁରୁଣା ହସ୍ପିଟାଲକୁ ନେଇଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଗତକାଲି ଚଳିତ ବର୍ଷର ବଳରାମ ଭୂମିକାରେ ଅଭିନୟ ଲାଗି ସଂଳାପ ଅଭ୍ୟାସ କରିଥିଲେ କିନ୍ତୁ ଆଜି ତାଙ୍କର ଅକାଳ ବିୟୋଗରେ ସମଗ୍ର ବରଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି.।କଥାରେ ଅଛି ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି. ଠିକ ଅନୁରୂପ ଭାବେ ଶିଶୁ କଳାକାର ଶ୍ରେୟସଙ୍କ ପକ୍ଷରେ ତାହା ଘଟିଯାଇଛି. ସେ ମୃତ୍ୟୁ ବରଣ କଲେ ମଧ୍ୟ ତାଙ୍କର କଳାକାର ପାଇଁ ପ୍ରସିଦ୍ଧ ଅର୍ଜନ କରି ଅମର ହୋଇ ଜନ ମାନସରେ ଆଲୋଡନର ଛାପ ଛାଡି ଯାଇଛନ୍ତି. ସାରା ବରଗଡ ଜିଲ୍ଲା ଓ କଳାକାର ଜଗତର ସମସ୍ତେ ତାଙ୍କୁ ଝୁରି ଝୁରି ଶ୍ରଦ୍ଧା ପୁଷ୍ପାଞ୍ଜଳୀ ଜ୍ଞାପନ କରିଛନ୍ତି.।

Related posts

ଆବାସ ଯୋଜନାରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ କଣ୍ଟାମାଳ ବିଜେପି

Odisha Halchal

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର

Odisha Halchal

Leave a Comment