ଓଡ଼ିଶା ଖବରନ୍ୟୁଜ୍

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା ଅନୁଷ୍ଠିତ.ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମପଞ୍ଚାୟତ ସ୍ଥିତ ସ୍ଥାନୀୟ ଗ୍ରାମରେ ସୁନାବେଡା ଅଂଚଳର ଇଷ୍ଟଦେବୀ ମା ସୁନାଦେଇଙ୍କ ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି. ଏହି ଯାତ୍ରାରେ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାଗମ ହୋଇଥିଲା. ଛତର ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ.

ଘୁମୁରା ଓ ଘଣ୍ଟବାଦ୍ୟରେ ଅଂଚଳ ପ୍ରକମ୍ପିତ ହୋଇଥିଲା.ପ୍ରାକୃତିକ ସୌନ୍ଦଯ୍ୟଭରା ସୁନାବେଡା ପାହାଡ଼କୁ କୋମନା, ନୂଆପଡା, ବୋଡେ଼ନ, ସିନାପାଲି, ଖରିଆର ଓ ବାହାର ରାଜ୍ୟରୁ ହଜାର ହଜାର ମାନସିକଧାରୀମାନେ ମାଙ୍କ ନିକଟରେ ଅଧିଆ ପଡି ମନୋସ୍କାମନା ପାଇଁ ମାଙ୍କୁ ଦର୍ଶନ କରିଥିଲେ.ସତରେ ଏହି ସୁନାବେଡା ଅଂଚଳ ଅତି ମହାନ. ପାହାଡ଼, ଝରଣା, ବୃକ୍ଷଲତା ସାଙ୍ଗକୁ ଆଦିବାସୀମାନଙ୍କ ଶାନ୍ତ ସରଳ, ନିଷ୍କପଟ ବ୍ୟବହାର ସମସ୍ତଙ୍କୁ ଆପଣାର କରିଦିଏ. ଦର୍ଶକମାନେ ମାଙ୍କ ଦର୍ଶନ ସାଙ୍ଗକୁ ପ୍ରାକୃତିକ ସୌନ୍ଦଯ୍ୟର ଅପରୂପ କାନ୍ତି ଦେଖି ନିଜକୁ ଧନ୍ୟ ମଣି ଥାନ୍ତି.

ଓଡିଶା ସରକାର ସୁନାବେଡା ଅରଣ୍ୟକୁ ଅଭୟାରଣ୍ୟ ଘୋଷଣା କରିଛନ୍ତି. ବର୍ତ୍ତମାନ ରାସ୍ତାଘାଟର କିଛି ଉନ୍ନତି ଫଳରେ ସୁନାଦେଇ ପୀଠକୁ ଯିବା ପାଇଁ ପଥ ସୁଗମ ହୋଇପାରିଛି. ଆହୁରି ମଧ୍ୟ ରାସ୍ତାଘାଟ, ପାନୀୟଜଳ, ଇଲେକ୍ଟ୍ରିକ ସୁବିଧାର ଉନ୍ନତି ଦରକାର ଅଛି.
ସୁନାବେଡା ଅଞ୍ଚଳକୁ ସରକାର ଆହୁରି ଧ୍ୟାନଦେଲେ ଟୁରିଷ୍ଟ ପ୍ଲେସ ଖ୍ୟାତି ଅର୍ଜନ କରିପାରିବ ଏଥିରେ ଦ୍ୱନ୍ଦ୍ୱ ନାହିଁ. ଦୁଇ ବର୍ଷକାଳ କରୋନା ମହାମାରୀ ସକାଶେ ଭକ୍ତମାନଙ୍କ ପାଇଁ ଦର୍ଶନ ମନାଥିଲା ତେଣୁକରି ଭକ୍ତି, ବିଶ୍ୱାସ, ପ୍ରଥା, ପରମ୍ପରାରେ ଜଡିତ ସୁନାଦେଇଙ୍କ ଛତର ଯାତ୍ରା ପାଇଁ ଦର୍ଶନ ପାଇଁ ସୁଯୋଗ ଥିଲା. ସେଥିସକାଶେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା.

Related posts

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

Odisha Halchal

ଗଞ୍ଜେଇ ଚାଲାଣର ନୂଆ ପଦ୍ଧତି

Odisha Halchal

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

Odisha Halchal

Leave a Comment