ଅପରାଧଓଡ଼ିଶା ଖବରନ୍ୟୁଜ୍

ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍‌ ପିସ୍‌ କରିଦେବି

ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍‌ ପିସ୍‌ କରିଦେବି

ଜଣେ ଯୁବତୀଙ୍କ ସହ ତୁମର ଆପତ୍ତିଜନକ ଭିଡିଓ ଏବେ ମୋ’ ହାତରେ ଅଛି। ମୋତେ ୩ କୋଟି ଦିଅ, ନଚେତ ତୁମକୁ ବରବାଦ କରିଦେବି। ୩ କୋଟି ନଦେଲେ କାଟି ଏପରି ପିସ୍ ପିସ୍ କରିଦେବି ଯେ ଭୁବନେଶ୍ୱରରୁ ଯାଇ ପାରିବନି।’ ଓଲିଉଡର ଆଗ ଧାଡ଼ିର ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଏପରି ଧମକ ଦେଇ ବନ୍ଧା ହୋଇସାରିଛନ୍ତି ମାୟାବିନୀ ଅର୍ଚ୍ଚନା ନାଗ। ହେଲେ ଏଥିନିମନ୍ତେ ସେ ଯେଉଁ ଯୁବତୀଙ୍କୁ ବ୍ୟବହାର କରିଥିଲେ, ଯିଏ ଅକ୍ଷୟ ପରିଜାଙ୍କ ନାଁରେ ସୋଶାଲ ମିଡିଆରେ ଅଭିଯୋଗ ଆଣିଥିଲେ ତାଙ୍କ ପତ୍ତା ମିଳୁନି। ସେ ଏବେ କେଉଁଠି, ତାଙ୍କ ଅଭିଯୋଗର ତଦନ୍ତ ଗତି କୁଆଡ଼େ ଗଲା ସେ ନେଇ କାହା ପାଖରେ ଖବର ନାହିଁ।

ଅର୍ଚ୍ଚନାଙ୍କ ନାଁରେ ଭୁବନେଶ୍ୱରର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା। ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳା ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏପରିକି ଅର୍ଚ୍ଚନା ନାଗ କିଛି ଆପତ୍ତିଜନକ ଭିଡିଓ ରଖି ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ।

ଉକ୍ତ ଯୁବତୀ ନିଜ ଏତଲାରେ ଦର୍ଶାଇଥିଲେ, ତାଙ୍କ ସହ ଅର୍ଚ୍ଚନା ବନ୍ଧୁତା ବଢ଼ାଇବା ପରେ କିଛି ନଗ୍ନ ଫଟୋ ହାତେଇ ନେଇଥିଲେ। ଏହା ଜରିଆରେ ତାଙ୍କୁ ସେ ବ୍ଲାକମେଲ କରିଥିଲେ। ବଡ଼ବଡ଼ିଆ ଫିଲ୍ମ ପ୍ରଯୋଜକଙ୍କୁ ଯୋଜନାବଦ୍ଧ ଭାବେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଆଣି ଦେବାକୁ କହୁଥିଲେ। ଏହା ପାଇବା ପରେ ଅର୍ଚ୍ଚନା ବ୍ଲାକ୍‌ମେଲ କରି ଟଙ୍କା ମାଗୁଥିଲେ। ଏଭଳି କରିବାକୁ ମନା କଲେ ବିଭିନ୍ନ ପ୍ରକାର ଡର, ଭୟ ଦେଖାଉଥିଲେ। ପୂରା ଯୋଜନାବଦ୍ଧ ଭାବେ ବ୍ଲାକମେଲ କରାଯାଉଥିଲା। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଏହା ପୂର୍ବରୁ ସିନେ ପ୍ରଯୋଜକ ଅକ୍ଷୟ ପରିଜା ନିଜେ ବ୍ଲାକମେଲିଂର ଶିକାର ହୋଇଥିବା ଅଭିଯୋଗ ଆଣି ସେପ୍ଟେମ୍ବର ୩୦ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଜଣେ ଯୁବତୀଙ୍କ ଜରିଆରେ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ୍‌ କରୁଥିବା ସେ ଅଭିଯୋଗ ଆଣିଥିଲେ। ଏପରିକି ଅର୍ଚ୍ଚନା ନିଜକୁ ଓକିଲ ବୋଲି ପରିଚୟ ଦେଇ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଦେବେ ବୋଲି କହିଥିବା ନିଜ ଏଫ୍ଆଇଆର୍‌ରେ ଦର୍ଶାଇଥିଲେ ଅକ୍ଷୟ ପରିଜା।

ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଏନେଇ ସବୁ ଦିଗରୁ ତଦନ୍ତ ହେଉଥିବା କହିଛନ୍ତି ଡିସିପି। ଆବଶ୍ୟକ ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ପତ୍ତା ପାଉନି ପୁଲିସ୍।ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୁଲିସ ଯାଇ ମୋବାଇଲ, ଟାବ୍‌ଲେଟ, ଲାପଟପ, ପେନ୍‌ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି। ଏହାକୁ ଯାଞ୍ଚ କରାଯାଉଛି। ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି।

ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ। ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି। ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି। ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ କରାଯାଇଛି। ଖଣ୍ଡଗିରି ଥାନା ଆଇଆଇସି ନିଜେ ଘଟଣାର ତଦନ୍ତ କରୁଛନ୍ତି।

Related posts

ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା

Odisha Halchal

ବିଧାୟକ ମହୀଧରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ

Odisha Halchal

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ

Odisha Halchal

Leave a Comment