ଓଡ଼ିଶା ଖବରନ୍ୟୁଜ୍

ସୋଲାର ଅଛି ଟାଙ୍କି ନାହିଁ ,ଲୋକେ ପିଉଛନ୍ତି ଝରଣା ପାଣି

ସୋଲାର ଅଛି ଟାଙ୍କି ନାହିଁ ,ଲୋକେ ପିଉଛନ୍ତି ଝରଣା ପାଣି

ରାୟଗଡା:-(ରିପୋର୍ଟ :-ପ୍ରସାଦ ସାହୁକାର)ସୋଲାର ଟାଙ୍କି ଅଛି ହେଲେ ପାଣି ନାହି,ଲୋକେ ପିଉଛନ୍ତି ଝରଣା ପାଣି ,ଏଭଲି ଏକ ଅଭାବନିୟ ଦ୍ରୁଶ୍ୟ ଦେଖିବାକୁ ପାଉଛୁ,ରାୟଗଡା ଜିଲା,ବିଷମକଟକ ବ୍କକ,ଭାତପୁର ପଞ୍ଚାୟତ ର ଡଙ୍ଗର ବୋଲାଙ୍ଗିର ଗ୍ରାମ ଠାରେ,ଜଳ ହିଁ ଜୀବନ ,ଜଳ ବିନା ବଞ୍ଚିବା କଷ୍ଟକର ବୋଲି ଲୋକେ କହୁଥିବା ବେଳେ, ଡଙ୍ଗର ବୋଲାଙ୍ଗିର ରେ , ସୋଲାର ଟାଙ୍କି ବୋର ୱେଲ୍ ଥାଇ ବି ଲୋକେ ଗୋଳିଆ ଝରଣା ପାଣି ପିଇ ଦୀନ ବିତୁଛି, ହେଲେ ଏଠି ପ୍ରଶ୍ନ ଉଠୁଛି,ସରକାର ପାଣି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ,କାହାପାଇଁ ,ଲୋକ ଙ୍କ ପାଇଁ ନା ଠିକାଦାର ଙ୍କୁ ମାଲେମାଲ୍ କରିବା ପାଇଁ ,ଟିକେ ଭଲ କରି ନଜର ପକାନ୍ତୁ ଏ ଦ୍ରୁଶ୍ୟ ,କିଭଲି ପାଣି ବ୍ୟବହାର ପାଇଁ ନେଉଛନ୍ତି |ପୁଣି ତାହା ସମୟ ସମୟ ଧରି ଅପେଖ୍ୟା କରି,ଥରେ ଜଣେ ପାଣି ନେଲେ ପାଣି ଗୋଳିଆ ହେଇଯାଉଛି ,ପୁଣି ପାଣି ସଫା ହେବା ଯାଇ ଅପେଖ୍ୟା କରିବାକୁ ପଡୁଛି |

ଶହେ ମିଟର କି ଦୁଇଶହ ମିଟର ନୁହେ,ଝରଣା ରୁ ଦୁଇ କିମି ବାଟ ଚାଲି ଚାଲି ପାଣି ବୋହି ନବାକୁ ପଡେ ଗାଁ କୁ,ତାହା ମଧ୍ୟ ପଥୁରିଆ ,ଓ ବିଲ ହିଡ ଦେଇ,ଆଉଥରେ ନଜର ପକାନ୍ତୁ ଦ୍ରୁଶ୍ୟ କୁ ପାଣି ପାଇଁ କିଭଲି ରାସ୍ତା ଦେଇ ଯାଉଛନ୍ତି ,ବୁଦ୍ଦା ମାଁ ମାନେ,ଟିକିଏ ଝୁଣ୍ଟି ପଡିଗଲେ ଆର ପାରିକୁ ଯିବା ସୁନିଶ୍ଚିତ |ବାଢି ସାଜିଛି ସେମାନଙ୍କ ବଳ,ଜୀବନ ବଞ୍ଚେଇଵାକୁ ବାଢି କୁଟି କୁଟି ବହୁ କଷ୍ଟ ରେ ପାଣି ପାଇଁ ଜିବାକୁ ବାଧ୍ୟ ହେଉଛନ୍ତି |ଅନ୍ୟପଟେ ପଞ୍ଚାୟତ ରୁ ନିର୍ମିତ ସୋଲାର ଟାଙ୍କି,ବୋରୱେଲ ଖରାପ ଅଵସ୍ଥା ରେ ପଡିରହିଛି |

ସୋଲାର ଟାଙ୍କି ବୋରୱେଲ ଚାରିପଟ ଜଙ୍ଗଳ ମାଡିବସିଲାଣି,ଗାଁ ଲୋକ ଙ୍କ ସୁଚିତ ଅନୁଯାଇ ଜାନୁୟାରି 23 ଆସିଲେ,ତିନି ବର୍ଷ ହେବ ସୋଲାର ଟାଙ୍କି ଖରାପ ହେଇ ପଡି ରହିଛି |ଏହାକୁ କୈଣସି ପଞ୍ଚାୟତ କି ବ୍କକ ପ୍ରସାସନ ଧ୍ୟାନ ଦେଉନାହାନ୍ତି |ଗ୍ରାମବାସି ବହୁବାର ୱାଡମେମ୍ବର କୁ ଜଣାଇ ସାରିଛନ୍ତି |ହେଲେ ୱାଡମେମ୍ବର ଏଯାଇ ପଞ୍ଚାୟତ ଅଧିକାରି ଙ୍କୁ ଜଣାଇନାହାନ୍ତି |ଏ ବିଷୟ କୁ କେନ୍ଦ୍ର କରି ପାଣି ବିଭାଗ ବ୍କକ କନିଷ୍ଟା ଯନ୍ତ୍ରି ରାଜଶ୍ରୀ ମହାଶୟା କୁ ଯୋଗାଯୋଗ କରିବାରୁ କହିଲେ ଏଁ ଯାଇ ଆମକୁ କିଛି ଅଭିଯୋଗ ଆସିନି,ଗ୍ରାମବାସି ତିନିବର୍ଷ ହେବାକୁ ଯାଉଛି ଖରାପ ଅଵସ୍ଥା ହେଇ ପଡିଛି |କହିଲା ବେଳକୁ ,କନିଷ୍ଟା ଯନ୍ତ୍ରି ମେମ୍ କହୁଛନ୍ତି |

ସେମାନେ କୋଆଡେ ମିଛ କହୁଛନ୍ତି ,ଆମେ ମାସେ କି ଦୁଇ ମାସ ପାଖା ପାଖି ହେଲାଣି ,ଭାତପୁର ପଞ୍ଚାୟତ ରେ ଅଭିଯୋଗ ଶୁଣାଣି ସିବିର ରଖିଥିଲୁ ,ପାଣି ସମସ୍ୟା କୁ ନେଇ କୈଣସି ଅଭିଯୋଗ ଆସିନି , ଖରାପ ଅଛି ଯୋଦି ଭାତପୁର ପଈଓ କହି ମରାମତି କରିବୁ,ତେବେ ଏଠି କାହା କଥା କୁ ବିଶ୍ବାସ କରିହେବ,ଗ୍ରାମ ବାସି ଙ୍କ ନା କନିଷ୍ଟା ଯନ୍ତ୍ରି ମେମ୍ ଙ୍କ ,ତତ୍ ସାଙ୍ଗେ ସାଙ୍ଗେ ବ୍କକ ଅଧିକାରି ସଦାଶିବ ନାୟକ ସହ ଯୋଗା ଯୋଗ କରିବାରୁ JE ଙ୍କୁ କହି ଯଥା ଶିଘ୍ର ଆମେ ମରାମତି କରିବୁ କହିଲେ ,ଏ ପଟେ ଗାଁ ଲୋକେ ଖରାପ ପାଣି ପିଇ ନା ନା ପ୍ରକାର ରୋଗ ରେ ଶିକାର ହେଉଛନ୍ତି | ତେବେ ଗ୍ରାମବାସି ଯଥାଶିଘ୍ର ସୋଲାରଟାଙ୍କି ବୋରୱେଲ କାମ ମରାମତି କରିବାକୁ ଅଭିଯୋଗ କରିଛନ୍ତି |

 

Related posts

ଘରୁ ଡାକି ଯୁବକଙ୍କୁ ଛୁରାମାଡ଼

Odisha Halchal

ଏମ୍ ପି ଭି -୧୨ ଗ୍ରାମରେ ଫୁଟବଲ ଖେଳ

Odisha Halchal

କ୍ରିକେଟ୍‌ ଖେଳାଳିରୁ କୁଖ୍ୟାତ ଲୁଟେରା !

Odisha Halchal

Leave a Comment