ଅପରାଧଓଡ଼ିଶା ଖବରନ୍ୟୁଜ୍

ସାମ୍ନାକୁ ଆସିଲା ଗୋବିନ୍ଦଙ୍କ ଆତ୍ମହତ୍ୟା ସ୍ଥାନ,ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ସାମ୍ନାକୁ ଆସିଲା ଗୋବିନ୍ଦଙ୍କ ଆତ୍ମହତ୍ୟା ସ୍ଥାନ,ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

କଣ୍ଟାବାଞ୍ଜି:-(ରିପୋର୍ଟ :-ପ୍ରମୋଦ କୁମାର ବେହେରା)ସାମ୍ନାକୁ ଆସିଲା ଗୋବିନ୍ଦ ଆତ୍ମହତ୍ୟା କରିଥିବାର ସ୍ଥାନ । କଣ୍ଟାବାଞ୍ଝି ଜେଲରେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ଘଟଣାସ୍ଥଳରେ ମିଳିଛି ଗାମୁଛା ଓ ଚପଲ । ଗୋବିନ୍ଦ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।ତେବେ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ଚଳାଇଛି କ୍ରାଇମ୍ବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀ ଜେଲ କର୍ମଚାରୀ ଓ ବିଚାରାଧୀନ କଏଦୀଙ୍କୁ ପଚରାଉଚରା କରିଛନ୍ତି ।

ଜେଲରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ଏଥିରେ ଗୋବିନ୍ଦଙ୍କ ସୁଇସାଇଡ୍ ନୋଟ୍ ଥିବା କୁହାଯାଉଛି । ଏହି ନୋଟ୍ ଗୋବିନ୍ଦଙ୍କର କି ନୁହଁ ଜାଣିବା ପାଇଁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଅଧିକାରୀ ଜେଲରେ ଯାଂଚ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତ ଗୋବିନ୍ଦଙ୍କର ପକେଟରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି । ଏହା ଭିତରେ ଦୁଇ ପୃଷ୍ଠାର ଏକ ଲେଖା ରହିଥିବା ଗୋବିନ୍ଦଙ୍କ ସଂପର୍କୀୟ କହିଛନ୍ତି । ଲଫାପା ଭିତରେ ଗୋବିନ୍ଦ ମୃତ୍ୟୁ ରହସ୍ୟ ରହିଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ ଆତ୍ମହତ୍ୟା ସ୍ଥଳରେ ସିସିଟିଭି ନଥିବା ଜେଲ୍ ଡିଆଇଜି କହିଛନ୍ତି । ଡିଆଇଜି ଏହି ବୟାନ ମାମଲାକୁ ଆହୁରି ରହସ୍ୟମୟ କରିଦେଇଛି । ଜେଲ ପରିସରରେ ଯେଉଁଠି କଏଦୀ ମାନେ ଚଳପ୍ରଚଳ ହୁଅନ୍ତି, ସେଠି କାହିଁକି ସିସିଟିଭି ନଥିଲା ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ସତରେ ସିସିଟିଭି ନଥିଲା ନା ଏଭଳି କହିବା ପଛରେ ଆଉ କିଛି ରହସ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ୫ଫୁଟ ଉଚ୍ଚ ଝରକାରେ ଗୋବିନ୍ଦ କେମିତି ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ସମ୍ପର୍କୀୟ ।

Related posts

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

Odisha Halchal

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍‌,ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

Odisha Halchal

Leave a Comment