ଅପରାଧଓଡ଼ିଶା ଖବରନ୍ୟୁଜ୍

ସାଙ୍ଗକୁ ଫାୟାରିଂ କରି ଯୁବକ ଫେରାର

ସାଙ୍ଗକୁ ଫାୟାରିଂ କରି ଯୁବକ ଫେରାର

ବିଚ୍‌ ରାସ୍ତାରେ ସାଙ୍ଗକୁ ଗୁଳିମାଡ଼ କଲେ ଯୁବକ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଘଟିଛି ଏହି ଘଟଣା।ଗୁଳିମାଡ଼ରେ ଆହତ ହୋଇଥିବା ଯୁବକ କମଳ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କମଳଙ୍କ ଆଖିରେ ଗୁଳିଟି ବାଜିଛି। ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ କମଳ ଓ ସୁଜଲ୍ ଆର୍ତ୍ତକବିରାଜ ରୋଡ୍‌ରେ ବସି କଥା ହେଉଥିଲେ। ହଠାତ୍‌ କ’ଣ ହେଲା କେଜାଣି, କମଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ ସୁଜଲ୍। ଗୁଳିଟି କମଳଙ୍କ ଆଖିରେ ବାଜିଥିଲା। କମଳ ତଳେ ପଡ଼ିଯାଇଥିବା ବେଳେ ସୁଜଲ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ ଓ କମଳଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିବାର ଲୋକେ ଖବର ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ କମଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।କମଳଙ୍କୁ ସୁଜଲ୍ କ’ଣ ପାଇଁ ଗୁଳିମାଡ଼ କଲେ, ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଏହାସହ ସୁଜଲଙ୍କୁ ଧରିବାକୁ ପୁଲିସ୍ ଚେଷ୍ଟା ଚଳାଇଛି।

Related posts

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ, ୩ ବିଜେପି ବିଧାୟକ ନିଲମ୍ବିତ

Odisha Halchal

ଗଜପତିରେ କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ

Odisha Halchal

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଡ୍ରାଗନ୍‌ ଫ୍ରୁଟ୍‌

Odisha Halchal

Leave a Comment