ଓଡ଼ିଶା ଖବରନ୍ୟୁଜ୍

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ଗ୍ରାମରେ ରହିଛି ଧାନ କ୍ରୟ କେନ୍ଦ୍ର. ଚଳିତ ବର୍ଷ 2022-23ଖରିଫ ଋତୁ ପାଇଁ ମା ବେପାରେନ WSHG ମହିଳା ଗ୍ରୁପ ଧାନ କ୍ରୟ କିଣିବା ଦାୟିତ୍ୱ ନେଇଛନ୍ତି. ସେମାନଙ୍କ ପାଖକୁ ବାବୁପାଲି, ସେମେଲପାଲି, ସୁକୁଲିମୁଣ୍ଡି, ଠିକପାଲି ଗ୍ରାମର ଚାଷମାନେ ଧାନ ବିକ୍ରୟ କରିବା ପାଇଁ ଆଣିଥାନ୍ତି.।

କିନ୍ତୁ ବିଡମ୍ବନାର ବିଷୟ ଏହା କି ଶୀତ କାକର ସହ୍ୟ କରି ପାଞ୍ଚ ରୁ ସାତ ଦିନ ହେଲା ଚାଷୀମାନେ ଧାନମଣ୍ଡି ଠାରେ ଦିନ ରାତି ଜଗି ବସିଛନ୍ତି. ମିଲର୍ସ ମାନେ ଦିନକୁ ଗୋଟିଏ ଟ୍ରକ ପଠାଉଛନ୍ତି ତେଣୁକରି ଧାନ ବିକ୍ରୟ ହୋଇପାରୁନାହିଁ. ପ୍ରାୟ 35ରୁ 40ଟି ଚାଷୀମାନଙ୍କର ଧାନ 6065କ୍ୱିଣ୍ଟାଲ ମଣ୍ଡିରେ ପଡ଼ିରହିଛି.। ଚାଷୀମାନେ ମହିଳା ଗ୍ରୁପକୁ ଦୋଷାରୋପ କରୁଛନ୍ତି କିନ୍ତୁ ମିଲର୍ସ ଓ ଦାୟିତ୍ୱହୀନ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଏଭଳି ଅସୁବିଧା ହେଉଛି ବୋଲି ମହିଳା ଗ୍ରୁପ ପ୍ରକାଶ କରିଛନ୍ତି.।

ରାଜ୍ୟ ସରକାର ଧାନ କ୍ରୟ କରିବା ପାଇଁ ମଣ୍ଡି ବ୍ୟବସ୍ଥା କରିଛନ୍ତି. କିନ୍ତୁ ବେପରୁଆ ଦାୟିତ୍ୱହୀନ କର୍ମଚାରୀ ଓ ମିଲର୍ସମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଗୋଟିଏ କି ଦୁଇ ଦିନ ମଧ୍ୟରେ ଯଦି ଠିକ ଭାବରେ ଟ୍ରକ ନ ପହଞ୍ଚେ ଓ ଧାନ ବିକ୍ରୟ ନ ହୁଏ ତେବେ ଜିଲ୍ଲାପାଳ ପାଖକୁ ଆମ୍ଭେ ମହିଳା ଗ୍ରୁପ ଯିବୁ ବୋଲି କହିଛନ୍ତି. ଅନ୍ୟ ପଟେ ଚାଷୀମାନେ ଦୁଃଖ କଷ୍ଟରେ କେତେଦିନ ଦିନରାତ୍ରି ଧାନ ଜଗି ରହିବେ ସେ ଚିନ୍ତାରେ ଅଛନ୍ତି. ତେଣୁକରି ସରକାର ପାଖରେ ଚାଷୀମାନଙ୍କ ଦାବୀ ରହିଛି କି ସେମାନଙ୍କ ଧାନ ଠିକ ସମୟରେ କିଣାଯାଉ. ଦେଖାଯାଉ ଆଗକୁ ପ୍ରଶାସନ ଏହା ଉପରେ କି ପଦକ୍ଷେପ ନେଉଛି?।

Related posts

ରସିକିଆ ଡାକ୍ତର ଗିରଫ

Odisha Halchal

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

Odisha Halchal

Leave a Comment