ଓଡ଼ିଶା ଖବରନ୍ୟୁଜ୍

ମୁଖ୍ୟ ରାସ୍ତାରେ ଚାଲିଛି ଖେଳ ପ୍ରତି ଯୋଗୀତା

ମୁଖ୍ୟ ରାସ୍ତାରେ ଚାଲିଛି ଖେଳ ପ୍ରତି ଯୋଗୀତା

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ରାଜ୍ଯ ସରକାର କୋଟି କୋଟି ଟଙ୍କା ଅନୁଦାନ କରିଥିଲେ ସୁଦ୍ଧା, ଆଜି ବି କୁନିକୁନି ଛାତ୍ରଛାତ୍ରୀ ବାଜିରେ ଲାଗୁଛି ଜୀବନ। ଏହି ଚିତ୍ର ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋଜିଆଗୁଡା ପ୍ରାଥମିକ ବିଦ୍ୟାଳୟର ଚିତ୍ର। ଆଜିକୁ ଦୀର୍ଘ 30 ବର୍ଷ ରୁ ଉର୍ଦ୍ଧ ସ୍କୁଲ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଙ୍କ ଖେଳିବା ପାଇଁ ନାହିଁ କୌଣସି ଖେଳ ପଡିଆ। ବାର୍ଷିକ କ୍ରୀଡା ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତରୀୟ ଖେଳକୁଦ ପାଇଁ ମୁଖ୍ୟ ରାସ୍ତା ଉପରେ ନିର୍ଭର କରିବାକୁ ହେଉଛି।

ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଭାରି ଯାନବାହାନ ଯାତାୟତ ହେଉଥିବା ବେଳେ, କୁନିକୁନି କୋମଳମତି ଛାତ୍ରଛାତ୍ରୀ ଙ୍କୁ ରାସ୍ତା ମଝିରେ ଖେଳକୁଦ କରେଇବା କେତେ ଦୂର ଯାଥାର୍ଥ୍ୟ, ତାହା ଦାୟିତ୍ଵରେ ଥିବା ଅଧିକାରୀ ଥରୁଟିଏ ଆପଣ ମାନେ ହିଁ ଚିନ୍ତା କରନ୍ତୁ। ଦେଖନ୍ତୁ କିଭଳି ଭାବେ ରାସ୍ତାର ଉଭୟ ପାର୍ଶ୍ଵରେ 4 ଜଣ ଦୌଡ଼ି ଧରି ଛିଡା ହୋଇଛନ୍ତି, ଆଉ ଏହାରି ଭିତରେ ଚାଲିଛି ଛାତ୍ରଛାତ୍ରୀ ଙ୍କ ଖେଳ ପ୍ରତିଯୋଗୀତା । ଆଉ ଏହି ପ୍ରତିଯୋଗୀତା ଚାଲିଛି ବାର୍ଷିକ ଖେଳ ପ୍ରତିଯୋଗୀତା। ଏହି ରାସ୍ତା ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା। ଏହି ଭଳି ରାସ୍ତା କୁ ଅଟକେଇ ରାସ୍ତା ମଝିରେ ଖେଳକୁଦ କରେଇବା ଦ୍ଵାରା ଯାତାୟତରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି। ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ବନ୍ଧ୍ ହୋଇ ରହିଛି । ଆଉ ଦର୍ଶକ ମାନେ ବି ବେଶ ଉପଭୋଗ କରୁଛନ୍ତି ଏହି ଭଳି ଦୃଶ୍ୟକୁ।

ଚିତ୍ରକୋଣ୍ଡା ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର 1 କି:ମି ବ୍ୟବଧାନରେ ରହିଛି । ବାରମ୍ବାର ଏହି ରାସ୍ତା ଦେଇ ଜିଲ୍ଲାପାଳ, ଚେୟାରମ୍ୟାନ, ସ୍ଥାନୀୟ ବି.ଡି.ଓ, ଶିକ୍ଷା ଅଧିକାରୀ, ସରପଞ୍ଚ ଯାତାୟତ କରୁଥିଲେ ବି କେହି ମଧ୍ୟ ଦୃଷ୍ଟି ଦେଇନଥିବା ଏହି ଚିତ୍ର ହିଁ ବୟାନ କରୁଛି। ପୂର୍ବରୁ ବାରମ୍ବାର ଲିଖିତ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରିନଥିବା କହିଛନ୍ତି ସ୍ଥାନୀୟ ଲୋକେ।
ଗୋଟିଏ ପଟେ ଶିକ୍ଷା ବ୍ୟବସ୍ଥାକୁ 5 ଟି ମାଧମରେ କରାଯାଉଛି ସୁଦୃଢ, ଏବଂ ଅନ୍ୟପଟେ ଛାତ୍ରଛାତ୍ରୀ ଙ୍କ ଜୀବନ ଲାଗୁଛି ବାଜିରେ। ତେବେ ଏହି ଭଳି ବ୍ୟବସ୍ଥା ରେ କେବେ ଲାଗିବ ଲଗାମ୍ ଓ କେବେ ହୋଇପାରିବ ସମାଧାନ ତାହାକୁ ଅପେକ୍ଷା ଅଞ୍ଚଳ ବାସିନ୍ଦାଙ୍କ ।

Related posts

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

Odisha Halchal

ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା

Odisha Halchal

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ

Odisha Halchal

Leave a Comment