ଓଡ଼ିଶା ଖବରନ୍ୟୁଜ୍

ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମ

ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମ

ଶଗଡା:-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଅନେକ କ୍ଷେତ୍ରରେ ଅସହାୟ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁ ନାହିଁ | ଯୋଜନାର ବହୁ ଦୂରରେ ଭିନ୍ନକ୍ଷମ ମୁକେଶ | ଜନ୍ମ ରୁ ତାର ଦୁଇ ଗୋଡ଼ ଚଳୁ ନାହିଁ। ଖଟିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି ମୁକେଶ | ଏଭଳି ଏକ ଦୁଃଖଦ ଜୀବନ ବିତାଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ର ମୁକେଶ ପ୍ରଧାନ |

ବାପା ଶତ୍ରୁଘ୍ନ ପ୍ରଧାନ ଓ ମାଆ ସର୍ଜନା ପ୍ରଧାନ ଙ୍କ ତିନି ପୁଅ ମଧ୍ୟରୁ ସବା ସାନ ମୁକେଶ | ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ବାପା ଶତ୍ରୁଘ୍ନ | ଜନ୍ମରୁ ବେଶ୍ ଠିକ୍ ଠାକ୍ ଥିବା ମୁକେଶ ର ଜୀବନରେ ଘୋଟି ଆସିଲା କଳା ବାଦଲ | ମୁକେଶ ଚତୁର୍ଥ ଶ୍ରେଣୀ ପଢୁଥିବା ସମୟରେ ହଠାତ୍ ଦେହ ଅସୁସ୍ଥ ହୋଇଥିଲା | ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଣ୍ଟାମାଳ ଠାରୁ ଆରମ୍ଭ କରି ସୋନପୁର, ବଲାଙ୍ଗୀର ଏପରିକି ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ | ବର୍ତ୍ତମାନ ମୁକେଶ କୁ ୧୮ ବର୍ଷ | ସେ ୯ବର୍ଷହେବ ଖଟରେ ପଡି ରହିଛି | ପରିବାର ଲୋକଙ୍କ ସାହାଯ୍ୟରେ ନିଜର ନିତ୍ୟକର୍ମ କରୁଛି ମୁକେଶ |

ଚିକିତ୍ସାରେ ସର୍ବସ୍ବ ଖର୍ଚ୍ଚ କରିଥିଲେ ସୁଦ୍ଧା ମୁକେଶ ର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା | ଗୋଟେ ପଟେ ପରିବାର ଲୋକେ ଖର୍ଚ୍ଚ କଲା ପରେ ମଧ୍ୟ ରୋଗ ଭଲ ନ ହେବାରୁ ନିରାଶ ହୋଇ ପରିବାର ଲୋକେ ଭଗବାନ ଭରସାରେ ମୁକେଶକୁ ଘରେ ରଖିଥିଲେ | କ୍ରମଶଃ ମୁକେଶର ଗୋଡ଼ ଦୁଇଟି ଅଚଳ ହୋଇ ଶଯ୍ୟାଶାୟୀ ହୋଇ ଖଟରେ ପଡ଼ି ରହିଲେ | ସରକାରୀ ସହାୟତା ପାଇଁ ବାପା ଅନେକ ଅଫିସକୁ ଯାଇଥିଲେ ହେଲେ କେବଳ ୬୦%ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ |

ଭିନ୍ନକ୍ଷମ ପ୍ରମାଣପତ୍ର ବଳରେ ମୁକେଶଙ୍କୁ ୭୦୦ଟଙ୍କା ଭତ୍ତା ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିଲା | ହେଲେ ଦୁଃଖର କଥା ବର୍ତ୍ତମାନ ଡିବିଟି ମାଧ୍ୟମରେ ତାଙ୍କ ଆକାଉଣ୍ଟ କୁ ୫୦୦ଟଙ୍କା ପ୍ରଦାନ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ମୁକେଶ କୁ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ, ଆବାସ ଯୋଜନାରେ ଘର ସହ ମାଗଣା ଚିକିତ୍ସା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ସହ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି |

Related posts

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Odisha Halchal

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

Odisha Halchal

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

Odisha Halchal

Leave a Comment