ଓଡ଼ିଶା ଖବରନ୍ୟୁଜ୍

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

ଗଞ୍ଜାମ:-(ରିପୋର୍ଟ:- ପୂର୍ଣ୍ଣ ଚନ୍ଦ୍ର ପୋଲାଈ) ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ର ବୁଗୁଡ଼ା ବାନଞ୍ଚଳ ପକ୍ଷରୁ ଆଜି ଗୋଲିଆ ଗ୍ରାମ ନିକଟରୁ ୫୬ ଘନଫୁଟ ର ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଏକ ନମ୍ବର୍ ବିହୀନ ଟ୍ରାକ୍ଟର ଜବତ ହୋଇଥିବା ଜଣା ପଡ଼ିଛି ।

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଓ ବୁଗୁଡ଼ା ବନାଞ୍ଚଳ ଅଧିକାରି ପ୍ରଦୀପ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଡିଭିଜନ ମୋବାଇଲ ସ୍କ୍ୱାଡ ,ବନରକ୍ଷୀ ସୁବ୍ରତ କୁମାର ତ୍ରିପାଠୀ, ଖିରୋଦ କୁମାର ଗୌଡ଼, ଲକ୍ଷ୍ମୀପ୍ରିୟା ଦଳବେହେରା,ସୂର୍ଯ୍ୟମଣି ସେଥି ଓ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ ।ଗୋଲିଆ ନିକଟରେ ୧୧ ଖଣ୍ଡ ଆମ୍ବ ଗଣ୍ଡି ଏକ ନମ୍ବର୍ ବିହୀନ ଟ୍ରାକ୍ଟର ରେ ବୋଝେଇ ହେଉଥିବା ବେଳେ ଚଢ଼ାଉ ହେଇଥିଲା।

ହେଲେ ବନ ବିଭାଗ କର୍ମଚାରୀ ଆସିବା ଜାଣିପାରି କାଠ ମାଫିଆ ମାନେ କାଠ ଗଣ୍ଡି ଓ ଟ୍ରାକ୍ଟର ଛାଡ଼ି ଦୌଡ଼ି ପଳାଇଥିଲେ । ବୁଗୁଡ଼ା ବନବିଭାଗ ପକ୍ଷରୁ ୫୬ ଘନ ଫୁଟ ପରିମାଣ ର ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର କୁ ଜବତ କରାଯାଇ ଏକ ୟୁଡି କେସ କରା ଯାଇଥିବା ବୁଗୁଡ଼ା ବନଞ୍ଚଳ ଅଧିକାରୀ କହିଛନ୍ତି ।

Related posts

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

Odisha Halchal

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

ପ୍ରଶାସନର ଭାଙ୍ଗିଲା ନିଦ ରଙ୍ଗିଲା ଡିଲର ଉପରେ ତଦନ୍ତ ଆରମ୍ଭ

Odisha Halchal

Leave a Comment