ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧାୟକ ଙ୍କ ବିରୋଧ ରେ ଯୌନ ନିର୍ଯାତନା

ବିଧାୟକ ଙ୍କ ବିରୋଧ ରେ ଯୌନ ନିର୍ଯାତନା

ନବରଙ୍ଗପୁର:-ବିଧାୟକ ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ତେଜିଲା ନବରଙ୍ଗପୁର ରାଜନୀତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀ ଙ୍କ ବିରୋଧରେ ଜନୈକ ଯୁବତୀ ଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଛି ।

ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରକାଶ ମାଝୀ ଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହିତ ଯୌନ କେଳେଙ୍କାରୀରେ ଲିପ୍ତ ବିଧାୟକ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ବିଧାୟକ ପ୍ରକାଶ ମାଝୀ ଙ୍କ ଇସ୍ତଫା ଦାବି କରାଯାଇଛି ।

ଅପରପକ୍ଷରେ ନବରଙ୍ଗପୁର ବିଜେପି ପକ୍ଷରୁ ବିଧାୟକ ପ୍ରକାଶ ମାଝୀ ଙ୍କ ଇସ୍ତଫା ଦାବି କରାଯିବା ସହିତ ବିଧାୟକ ଙ୍କ ଗିରଫଦାରୀ ଦାବି କରାଯାଇଛି । ଏହାସହ ଉମରକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରକାଶ ମାଝୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

Related posts

ଫେଲ ମାରିଛି ବାର୍ଦ୍ଧକ୍ୟତା

Odisha Halchal

ପୁଣି ଫୁଟିଲା ଗୁଳି

Odisha Halchal

ୟୁକ୍ରେନ ସହ ଯୁଦ୍ଧ କରିବ ରୁଷର ଡଲଫିନ୍‌

Odisha Halchal

Leave a Comment