ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଣି ଲାଗିଲା ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

ପୁଣି ଲାଗିଲା ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

ମୁନିଗୁଡା(ବ୍ୟୁରୋ ଓଡିଶା ହାଲଚାଲ):-ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି ଦେଖିବାକୁ ମିଳିଛି ମାଓବାଦୀ ଙ୍କ ବ୍ୟାନର ଓ ପୋଷ୍ଟର । ଏଥିରେ ଉଲ୍ଲେଖ ରହିଛି ଯେ ଶେରକାପାଡି ରୁ ନିୟମଗିରୀ କୁ ଯାଉଥିବା ରାସ୍ତା କାମ ବନ୍ଦ କରାଯାଉ, ସରକାର ଆଦିବାସୀ ଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜୀପତି ହାତକୁ ଟେକି ଦେଉଛନ୍ତି ତେଣୁ ସରକାର ଙ୍କୁ ବିରୋଧ କରନ୍ତୁ, ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉ ଦଲାଲ ମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ।

ଗତ ମେ ୧୫ ତାରିଖରେ ଆମର ବନ୍ଦ ର ସଫଳ କୁ ବିରୋଧ କରି ଯେଉ ପୋଷ୍ଟର ଲଗାଯାଇଥିଲା ତାକୁ ଯେଉମାନେ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟ ରେ ଦଣ୍ଡ ଦିଆଜିବ ଓ କିଛି ସାମ୍ବାଦିକ ମାନେ ପୋଲିସ ଓ ପ୍ରଶାସନ ର ସପକ୍ଷରେ ରାଜ ଚଲାଇଥିବା ବେଳେ ଗରିବ ଲୋକ ର ସମସ୍ୟା କୁ ଲୋକ ଲୋଚନକୁ ଆଣୁନାହାନ୍ତି ସେମାନଙ୍କୁ ମଧ୍ୟ ତାଗିଦ କରାଯାଇଛିଥିବା କଥା ପୋଷ୍ଟରରେ ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନର କୁ CPI ମାଓବାଦୀ ବଶଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।

ପ୍ରକାଶ ଥାଉକି ଗତ ମାସ ୩୦ ତାରିଖ ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସର ରେ ସଶସ୍ତ୍ର ମାଓବାଦୀ ମାନେ ୫ ଟି ଟିପର, ୨ଟି ପ୍ରୋକଲିନ ଓ ୨ଟି ଲୋଡରରେ ନିଆ ଲଗାଇ ଦେବା ସହ ୨ଟି ପୋଷ୍ଟର ଛାଡି ଯାଇଥିଲେ ସେଥିରେ କ୍ରସର ଯୋଗୁ ପରିବେଷ ଦୁଷିତ ହେଉଛି, ଭାରିଯାନ ଯାତାୟତ ଯୋଗୁ ରାସ୍ତାଘାଟ ଖରାପ ହେଉଛି, କ୍ରସର ରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି ଓ ବ୍ଲାଷ୍ଟି ଯୋଗୁ ଛୋଟ ଶିଶୁ ମାନେ ଶ୍ରବଣଶକ୍ତି ହରାଉଥିବା ଉଲ୍ଲେଖ କରିଥିବା ବେଳେ ନିକଟରେ ଥିବା ଅନ୍ୟ କ୍ରସର ମାନଙ୍କୁ ମଧ୍ୟ ତାଗିଦ କରାଯାଇଥିଲା ।

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Odisha Halchal

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

Odisha Halchal

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

Leave a Comment