ଓଡ଼ିଶା ଖବରନ୍ୟୁଜ୍

ବାଘପାଲି ରେ ବକୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବାଘପାଲି ରେ ବକୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର :-(ରିପୋର୍ଟ:-ମଣ୍ଟୁମନ୍ତ୍ରା) ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ବାଘପାଲି ସ୍ଥିତ ସିଦ୍ଧଯୋଗି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ଚଳିତ ମାସ ୧୭ ତାରିଖ ରୁ ୨୪ ତାରିଖ ଯାଏଁ ହେବାକୁ ଥିବା ପ୍ରସିଦ୍ଧ ବକୁଳ ମହୋତ୍ସବ -୨୦୨୨ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକ ରେ ପ୍ରଥମେ ଟ୍ରଷ୍ଟ ର କୋଷାଧ୍ୟକ୍ଷ ସୌମିତ୍ରୀ ତରିଆଙ୍କ ଅକାଳ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ମକୁନ୍ଦ ଧରୁଆ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ ।ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ଜାନକୀ ରାମ ଦେହେରି ଓ ମୁରଲୀ ଭୋଇ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ର ସମ୍ପାଦନା ଓ ଭକ୍ତ ମାନେ ସୁରୁଖୁରରେ ବାବାଙ୍କ ସମାଧି ପୀଠ ଦର୍ଶନ କରି ପାରିବ ଉପରେ ଗୁରୁତ୍ବଆରୋପ କରିଥିଲେ।ଚଳିତ ବର୍ଷ ମଧ୍ୟ ସପ୍ତାହ ବ୍ୟାପୀ ଭାଗବତ ସପ୍ତାହ ପାରାୟଣ , ଅଷ୍ଟ ପ୍ରହରୀ ନାମ ଯଜ୍ଞ ,ପ୍ରବଚନ ,ସାରସ୍ଵତ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟାଜନ ପାଇଁ ନିଷ୍ପତି ନିଆଯାଇଛି ।

ପାରାୟଣ କାର୍ଯ୍ୟକ୍ରମ ରେ ଜଗଦୀଶ ପୁରୋହିତ ବ୍ୟାସ ଏବଂ ଅନନ୍ତ ପଣ୍ଡା ପୂଜକ କାର୍ଯ୍ୟ ତୁଲାଇବେ ବୋଲି ନିଷ୍ପତି ନିଆଯାଇଛି । ବୈଠକ ରେ ଲୁପି ମହାକୁର ଅଭିଷେକ ଅମାତ, ସମାରୁ ବଗର୍ତ୍ତି, ଜେହେରୁ ପଧାନ , ସତ ବଗର୍ତ୍ତି, ଅକ୍ଷୟ ଦନାୟକ୍,ବୃନ୍ଦାବନ ବାରିକ,ମାଗି ପାଧାନ,କୃପାସିନ୍ଧୁ ଥାଟି, ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବିଜେଡି ପ୍ରତିଷ୍ଠା ଦିବସରେ 200 ସର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ନୂତନ ସ୍କୁଲ ର ଭୂମି ପୂଜନ

Odisha Halchal

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

Odisha Halchal

ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ବ୍ଲକ ଘେରାଉ

Odisha Halchal

Leave a Comment