ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବଢିଲା ବାତ୍ୟା ଆଶଙ୍କା

ବଢିଲା ବାତ୍ୟା ଆଶଙ୍କା

ବଢିଲା ବାତ୍ୟା ଆଶଙ୍କା: ଅପରାହ୍ନ ୪ଟାରେ ଜରୁରୀ ବୈଠକ , କ୍ୱାଟର ଛାଡ଼ି ନଯିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ସମୟ ଯେତିକି ଗଢୁଛି ବାତ୍ୟାକୁ ନେଇ ଆଶଙ୍କା ସେତିକି ବଢିବାରେ ଲାଗିଛି । ତେବେ ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଟୁଇଟ୍ କରି ସୁଚନା ଦେଇଛି ପାଣିପାଗ ବିଭାଗ ।

ଘୁର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ ଏବଂ ଅବପାତ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି ।

ତେବେ ବାତ୍ୟା କେଉଁଠି ଓ କେବେ ସ୍ଥଳ ଭାଚଗ ଛୁଇଁବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ଆଶଙ୍କା ବଢିବା ପରେ ଜରୁରୀ ବୈଠକ ଡ଼ାକିଲେ ସରକାର । ଆଜି ଅପରାହ୍ନ ୪ଟାରେ ଏନେଇ ଆଲୋଚନା କରାଯିବ ।

ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଭାବିତ ଥିବା ଜିଲ୍ଲା ମାନଙ୍କରେ ସରକାରୀ କର୍ମଚାରୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କ୍ୱାଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Related posts

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

Odisha Halchal

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal

Leave a Comment