ଓଡ଼ିଶା ଖବରନ୍ୟୁଜ୍

ମା ଙ୍କ ଭସାଣି ରେ ଯୁବକ ମୃତ

ମା ଙ୍କ ଭସାଣି ରେ ଯୁବକ ମୃତ

କେନ୍ଦ୍ରାପଡା :-(ରିପୋର୍ଟ :-ଜନ୍ମେଜୟ ବିଶ୍ୱାଳ )ଭଷାଣୀ ଶୋଭାଯାତ୍ରା ବେଳେ ଅଘଟଣ। ୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ ତିନି ଜଣ ଗୁରୁତର।

କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କଷୋଟି ଗାଁ ର କଷୋଟି ପୂଜା କମିଟି ପକ୍ଷରୁ ଗତ ନଅ ଦିନ ଧରି ପୂଜା ଚାଲି ଆସୁଥିବାବେଳେ ଆଜି ପୂର୍ବାହ୍ନରୁ ଭଷାଣୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଚେଚିଷ ଉପରେ ସାଉଣ୍ଡ ବକ୍ସ ଲଦା ଯାଇଥିବା ଏହି ଗାଁ ର ବିଶ୍ଵୋଜିତ ଲୋଙ୍କା ନାମକ ଯୁବକ ଏହାକୁ ଚଲାଉଥିଲେ।

ତେବେ ଏହି ଚେଚିଷ ୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ଘଟଣା ସ୍ଥଳରେ ଟଳି ପଡିଲେ ବିଶ୍ଵୋଜିତ। ତେବେ ଏହି ଚେଚିଷକୁ ଧରି ଥିବା ପର୍ଶୁରାମ ଦାସ, ଅଂଶୁମାନ ଲେଙ୍କା, ମନୋଜ ସେଠୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Related posts

ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା

Odisha Halchal

ଜମ୍ମୁ କଶ୍ମୀର: ଅବନ୍ତୀପୋରାରେ ସେନାର ଏନ୍‌କାଉଣ୍ଟର

Odisha Halchal

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠାଙ୍କ କାର୍‌, ଅପହରଣ ପାଇଁ ହୋଇଥିଲା ବ୍ୟବହାର

Odisha Halchal

Leave a Comment